ରଘୁନାଥଜୀଉ ମଠର ଟ୍ରଷ୍ଟ ବୋର୍ଡ ଗଠନ

 ନୀଳଗିରି : ନୀଳଗିରି ଜଗନ୍ନାଥ ମନ୍ଦିର ନିକଟରେ ଥିବା ରଘୁନାଥ ଜୀଉ ମଠର ପୂର୍ଣ୍ଣାଙ୍ଗ ଟ୍ରଷ୍ଟ ବୋର୍ଡ ଗଠନ ହୋଇଛି । ତେବେ ଏହି ପୂର୍ଣ୍ଣାଙ୍ଗ ଟ୍ରଷ୍ଟ ବୋର୍ଡରେ ନୀଳଗିରି ରାଜ ପରିବାର ସଦସ୍ୟ ତଥା ରାଜାଙ୍କ ସାନଭାଇ ଜଗଦିଶ ଚନ୍ଦ୍ର ମର୍ଦ୍ଦରାଜ ଟ୍ରଷ୍ଟ ବୋର୍ଡରେ ସାମିଲ ହୋଇଥିବା ଜଣାପଡ଼ିଛି । ଦେବୋତ୍ତର କମିଶନର ତାଙ୍କ ନିଦେ୍ର୍ଦଶନାମା ପତ୍ର ସଂଖ୍ୟା ୮୪୬୬୯ ଗତ ୯/୯/୨୫ ରିଖରେ ୩ ଜଣ ସରକାରୀ ଅଧିକାରୀ ତଥା ନୀଳଗିରି ଆଇଟିଡିଏ ପିଏ, ନୀଳଗିରି ତହସିଲଦାର, ଏନ୍ଏସି ନିର୍ବାହୀ ଅଧିକାରୀ ସଦସ୍ୟ ଭାବେ ମନୋନୀତ ହେବା ସହ ଅନୁରୁପ ଭାବେ ଘାଟଘରସାହି ଗ୍ରାମର ସୁରଞ୍ଜନ ମହାପାତ୍ର, ନୀଳଗିରି କମଳଲୋଚନ ମିଶ୍ର, କଦମସାହି ଗ୍ରାମର ରଜନୀ ମହାନ୍ତି, କାହାଳିଆ ଗ୍ରାମର ରାମଚନ୍ଦ୍ର ମହଲ, ଘାଟଘରସାହି ଗ୍ରାମର ଦାଶରଥି ରାଉତ ସମେତ ରାଜପରିବାର ସଦସ୍ୟ ଜଗଦୀଶ ମର୍ଦ୍ଦରାଜ ମଧ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଟ୍ରଷ୍ଟ ବୋର୍ଡ ୨ ବର୍ଷ ପାଇଁ କାର୍ଯ୍ୟକ୍ଷମ ହେବା ସହିତ ମନ୍ଦିର ସୁରୁଖୁରରେ ପରିଚାଳନା ପାଇଁ ଏହି ୯ ଜଣ ମଧ୍ୟରୁ ଜଣେ ନିର୍ବାହୀ ଅଧିକାରୀ ହୋଇପାରିବେ ବୋଲି ଜଣାପଡିଛି ।