ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ : ୪,୬୦୦ରୁ ଅଧିକ ଦୌଡପ୍ରେମୀ ସାମିଲ

 ଢେଙ୍କାନାଳ: ଟାଟା ଷ୍ଟିଲ୍ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓଡିଶା ଆଥଲେଟିକ ଆସୋସିଏସନ ସହଯୋଗିତାରେ କପିଳାସଠାରେ ଟାଟା ଷ୍ଟିଲ୍ ହାଫ୍ ମାରାଥନ୍ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟ ପାରିପାର୍ଶ୍ୱିକ ଅଞ୍ଚÿଳରେ ଆଜି  ‘ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ’ ଏହି ୌଡ ଆୟୋଜନ କରାଯାଇଥିଲା ।   ୪୬୦୦ ଦୌଡ ପ୍ରେମୀ ଏଥିରେ ଭାଗ ନେଇଥିଲେ । କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ   ପତାକା ଦେଖାଇ ମାରାଥନ ଶୁଭାରମ୍ଭ କରିଥିଲେ ।  ଓଡିଶା ସରକାରଙ୍କ   ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଓ ବିଜ୍ଞାନ ଓ କାରିଗରୀ ବିଭାଗ ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର, ଯୁବ ବ୍ୟାପାର ଓ କ୍ରୀଡା, ଉଚ୍ଚÿ ଶିକ୍ଷା, ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ  ବିଭୂତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଓ କାମାକ୍ଷାନଗରର ବିଧାୟକ ଶତ୍ରୁଘ୍ନ ଜେନା, ଅନୁଗୁଳ ବିଧାୟକ  ପ୍ରତାପ ଚନ୍ଦ୍ର ପ୍ରଧାନ ଅତିଥିଭାବେ ଯୋଗଦେଇଥିଲେ । ଢେଙ୍କାନାଳ ଜିଲ୍ଲାପାଳ ସୋମେଶ କୁମାର ଉପଧାୟ, ଜିଲ୍ଲା  ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଓ ଜିଲ୍ଲା ବନଖଣ୍ଡ ଅଧିକାରୀ  ସୁମିତ କର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।  ଏହି ଅବସରରେ ଟାଟା ଷ୍ଟିଲ୍ ଉପସଭାପତି (ର-ମ୍ୟାଟେରିଆଲସ)  ଡି ବି ସୁନ୍ଦର ରମମ, ଟାଟା ଷ୍ଟିଲ ମେରାମଣ୍ଡଳୀର ଉପସଭାପତି (ଅପରେସନ୍ସ )  ଉତ୍ତମ ସିଂହ, ସନ୍ଦୀପ ଧୀର, ଟାଟା ଷ୍ଟିଲ  ଟେକନିକାଲ ସରଭିସେସ ସିଇଓ ପ୍ରମୁଖ ଉପସ୍ଥିତ ଥିଲେ । ୨୧ କିମି ପୁରୁଷ ବର୍ଗରେ ହରିୟାଣାର ଶୁଭମ ସିନ୍ଧୁ ବିଜେତା ହୋଇଥିବା ବେଳେ ମହିଳା ବର୍ଗରେ ହରିୟାଣାର ଭାରତୀ ବିଜୟିନୀ ହୋଇଛନ୍ତି ।  ଆନ୍ତର୍ଜାତିକ ମାନଦଣ୍ଡ ପୂରଣ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଟାଇମିଂ ମ୍ୟାଟ୍?, ରେଡିଓ ଫ୍ରିକ୍ୱେନ୍ସି ଚିପ୍ସ, ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟୱାର୍କ ସମେତ ଅତ୍ୟାଧୁନିକ ଜ୍ଞାନକୌଶଳକୁ ସମନ୍ୱିତ କରାଯାଇଥିଲା । ବିଶ୍ୱବ୍ୟାପୀ ମାରାଥନ୍ ଏବଂ ଦୂର ୌଡକୁ ପ୍ରତିନିଧିତ୍ୱ କରୁଥିବା ବିଶ୍ୱସ୍ତରୀୟ ଅନୁଷ୍ଠାନ ଆସୋସିଏସନ୍ ଅଫ୍ ଇଂଟରନ୍ୟାସନାଲ୍ ମାରାଥନ୍ ଆଣ୍ଡ ଡିଷ୍ଟାନ୍ସ ରେସ୍ (ଏଆଇଏମ୍ଏସ୍) ଏହି ମାର୍ଗକୁ ସାର୍ଟିଫିକେଟ୍ ଦେଇଛି । ସମଗ୍ର ଦେଶରେ ସମାନ ୌଡ ଆୟୋଜନ କରିବାରେ ପାରଦର୍ଶିତା ଥିବା ଜାତୀୟସ୍ତରର ଏଜେନ୍ସିଗୁଡିକ ଏହି ଦୌଡର ତଦାରଖ କରିଥିଲେ । ଏମଜିଏମ୍ ମିନେରାଲ୍ସ, ନଭ ଲିମିଟେଡ୍, ଇଣ୍ଡିଆନ୍ ପୋଟାଶ, ଖେମକା ରିଫ୍ରାଟୋରିଜ, ଆଇନକ୍ସ ଏୟାର ପ୍ରଡକ୍ଟସ, ଟାଟା ୧ଏମଜି, ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍, ଟାଟା ଷ୍ଟିଲ୍ ସପୋର୍ଟ ସର୍ଭିସେସ୍ ଲିମିଟେଡ୍, ଟାଟା ଷ୍ଟିଲ୍ ୟୁଟିଲିଟି ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ସର୍ଭିସେସ୍ ଲିମିଟେଡ୍ ଏବଂ ଟାଟା ପିଗମେଣ୍ଟସ ଭଳି ଏହି ଅଂଚଳର ଅନ୍ୟ ଶିଳ୍ପ ସଂସ୍ଥାମାନେ ହାଫ୍ ମାରାଥନକୁ ସମର୍ଥନ କରିଛନ୍ତି । ୨୧ କମିରେ ମହିଳା ବର୍ଗରେ ହରିୟାଣାର ଭାରତୀ ପ୍ରଥମ, ଭୋପାଳର ଫୁଲନ ପାଲ ଦ୍ୱିତୀୟ, ୱେଷ୍ଟବେଙ୍ଗଲର ଶ୍ୟାମଳୀ ସିଂ ତୃତୀୟ, ଖୋର୍ଦ୍ଧାର ସଂଧ୍ୟା ମୁର୍ମୁ ଚତୁର୍ଥ ଓ ମାମିନା ମୁର୍ମୁ ପଂଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ପୁରୁଷବର୍ଗରେ ହରିୟାଣାର ଶୁଭମ ସିନ୍ଧୁ ପ୍ରଥମ, ଭୋପଳର ଉପେନ୍ଦ୍ର ପାଲ ଦ୍ୱିତୀୟ, ଖୋର୍ଦ୍ଧାର ଶରତ କୁମାର ଦୋରା ତୃତୀୟ, ବାରିପଦାର ଶିବ ସିଂ ଚତୁର୍ଥ ଏବଂ ଖୋର୍ଦ୍ଧାର ଆଲୋକ କୁମାର ସାହୁ ପଞ୍ଚÿମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ସେହିପରି ୧୦ କମି ମହିଳା ବର୍ଗରେ ସୁସ୍ମିତା ଟିଗା ପ୍ରଥମ, ସୁନିତା ଦ୍ୱିତୀୟ ଓ ଖୋର୍ଦ୍ଧାର ଦିନମତି ସବାର ତୃତୀୟ, ସ୍ୱର୍ଣ୍ଣଲତା ଶର୍ମା ଚତୁର୍ଥ, ପଞ୍ଚମୀ ମଲ୍ଲିକ ପଂଚମ ସ୍ଥାନ ଅଧିକାର କରିଛନ୍ତି ।  ପୁରୁଷବର୍ଗରେ ଉତର ପ୍ରଦେଶର ଅଜୟ କୁମାର ବିନ୍ଦ, ଅନୁଗୁଳର ଅଶୋକ ଦଣ୍ଡସେନା ଦ୍ୱିତୀୟ, ବାରଣାସୀର ରାହୁଳ କୁମାର ରାଜଭର ତୃତୀୟ, ବିଳାସପୁରର ଅନିଶ ଚାଣ୍ଡେଲ ଚତୁର୍ଥ, ଗୋରଖପୁରର ପିଣ୍ଟୁ କୁମାର ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି । ୫ କିମି ବର୍ଗର ମହିଳା ବିଭାଗରେ ଖୋର୍ଦ୍ଧାର ସାଗରିକା ନାୟକ ପ୍ରଥମ, ସୁନ୍ଦରଗଡର ପୂର୍ଣ୍ଣିମା ସାଣ୍ଡିଲ ଦ୍ୱିତୀୟ, ଖୋର୍ଦ୍ଧାର ନମସୀ ସାମଦ ତୃତୀୟ, କଟକର ମେହେକ ବେଗମ ଚତୁର୍ଥ, ଖୋର୍ଦ୍ଧାର ଶୁଭଲକ୍ଷ୍ମୀ ନାଥର୍ଶମା ପଞ୍ଚÿମ ସ୍ଥାନ ଅଧିକାର କରିଛନ୍ତି । ସେହିପରି ପୁରଷ ବର୍ଗରେ ଦୋଳମଣି ଚିରଗୁନ୍  ପ୍ରଥମ, ଖୋର୍ଦ୍ଧାର ଶୁଭମ ବେହେର ଦ୍ୱିତୀୟ, ବାଘରାଇ ମୁର୍ମୁ ତୃତୀୟ, ଉନିତ ସବାର ଚତୁର୍ଥ ଓ ଢେଙ୍କାନାଳର  ପ୍ରିୟାଂଶୁ ପରିଡା ପଞ୍ଚÿମ ସ୍ଥାନ ଅଧିକାର କରି ନଗଦ ଅର୍ଥରାଶୀ ସହ ପୁରସ୍କୃତ ହୋଇଛନ୍ତି । ୨୧ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ୧ ଲକ୍ଷ ଟଙ୍କା, ଦ୍ୱିତୀୟ ସ୍ଥାନ ପାଇଁ ୭୧ ହଜାର ଯଙ୍କା, ତୃତୀୟ ସ୍ଥାନ ପାଇଁ ୪୧ ହଜାର ଟଙ୍କା, ଚତୁର୍ଥ ସ୍ଥାନ ପାଇଁ ୩୧ ହଜାର ଟଙ୍କା, ପଂଚମ ସ୍ଥାନ ପାଇଁ ୨୧ ହଜାର ଟଙ୍କା ନଗଦ ଅର୍ଥରାଶୀ ପ୍ରଦାନ କରାଯାଇଛି । ୧୦ କମି ବର୍ଗରେ ପ୍ରଥମ ସ୍ଥାନ ପାଇଁ ୬୧ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ୪୧ ହଜାର ଟଙ୍କା, ତୃତୀୟ ୩୧ ହଜାର ଟଙ୍କା, ଚତୁର୍ଥ ସ୍ଥାନ ପାଇଁ ୨୧ ହଜାର ଟଙ୍କା, ପଂଚମ ସ୍ଥାନ ପାଇଁ ୧୧ ହଜାର ଟଙ୍କା ପ୍ରଦାନ କରାଯାଇଛି । ସେହିପରି ୫ କିମି ବର୍ଗରେ ପ୍ରଥମ ସ୍ଥାନ ପାଇଁ ୧୫ ହଜାର, ଦ୍ୱିତୀୟ ସ୍ଥାନ ପାଇଁ ୧୦ ହଜାର ଟଙ୍କା, ତୃତୀୟ ୮ ହଜାର ଟଙ୍କା, ଚତୁର୍ଥ ସ୍ଥାନ ପାଇଁ ୬ ହଜାର ଟଙ୍କା, ପଂଚମ ସ୍ଥାନ ପାଇଁ ୫ହଜାର ଟଙ୍କା ପ୍ରଦାନ କରାଯାଇଛି ।