ସଡ଼କ ସୁରକ୍ଷା ସଚେତନତା ଅଭିଯାନ

 ବଡ଼ସାହି : ବଡ଼ସାହି ବ୍ଲକ୍ ଅନ୍ତର୍ଗତ ବେଲପାଳ ଗ୍ରାମ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଶିଶୁ ଭାଇ ଭଉଣୀଙ୍କୁ ନେଇ ଆଜି ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା । ବଡ଼ସାହି ବେତନଟୀ ରାସ୍ତାର  ବେଲପାଳ ଛକ ଠାରେ ଯାନବାହାନରେ ଯାତାୟାତ କରୁଥିବା ଚାଳକ ମାନଙ୍କୁ ଅଟକାଇ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତାର ବାର୍ତ୍ତା ଅବଗତ କରାଯାଇଥିଲା । ଶିଶୁ ଭାଇମାନେ ଯମ ରାଜ ଓ ଚିତ୍ରଗୁପ୍ତ ବେଶ ଧାରଣ କରି ପଥପ୍ରାନ୍ତ ନାଟକ ମାଧ୍ୟମରେ ହେଲମେଟ  ଲଗାଇ ୨ ଚକିଆ ଗାଡି ଓ ଚାରି ଚକିଆ ଗାଡ଼ିରେ ସିଟ ବେଲ୍ଟ ଲଗାଇ,ଟ୍ରାଫିକ ନିୟମ ମାନି ଚଳାଇବା ପାଇଁ ସଚେତନ କରାଯାଇଥିଲା ।ସେହିପରି ନିଶାସକ୍ତ ଅବସ୍ଥାରେ ଗାଡି ଚଳାଇବାକୁ ବାରଣ କରାଯାଇଥିଲା ।ଏ ସମ୍ପର୍କରେ ସମସ୍ତଙ୍କୁ ସଚେତନତା ବାର୍ତ୍ତା ଲେଖାଥିବା ଲିଫ ଲେଟ ପ୍ରଦାନ କରାଯାଇଥିଲା ।