ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ; ଅଭିଯୁକ୍ତ ଗିରଫ

ଧାର ଟଙ୍କା ମାଗିବାରୁ ଯୁବକଙ୍କୁ ଆକ୍ରମଣ ; ଅଭିଯୁକ୍ତ ଗିରଫ


 ଭୁବନେଶ୍ୱର, ୦୮ା୬ : ଭିଡ଼ିଓ ଏଡ଼ିଟିଂ କରିବାକୁ ଧାର ନେଇଥିବା ଟଙ୍କା ମାଗିବାରୁ ଅଭିଯୁକ୍ତ ଆଇ ଫୋନ ଉଠାଇନଥିଲା । ଫଳରେ ଅଭିଯୋଗକାରୀ ଅଭିଯୁକ୍ତର ଆଇଗିଣିଆ ଘରକୁ ଯାଇ ଟଙ୍କା ଦେବାକୁ କହିବାରୁ ଅଭିଯୁକ୍ତ ଅଭିଯୋଗକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା, କେନ୍ଦ୍ରପଡ଼ା ଜିଲ୍ଲାର ସିଲୁ ମହାରଣା ।
ସୂଚନାଯୋଗ୍ୟଯେ, ଅଭିଯୁକ୍ତ ଭିଡ଼ିଓ ଏଡିଟିଂ କରିବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲା । ହେଲେ ପରବର୍ତ୍ତି ସମୟରେ ଆଉ ଅଭିଯୁକ୍ତ ଅଭିଯୋଗକାରୀଙ୍କ ଫୋନ ଉଠାଇନଥିଲା । ଯାହାଫଳରେ ଅଭିଯୋଗକାରୀ ଅଭିଯୁକ୍ତର ଆଇଗିଣିଆ ଘରକୁ ଯାଇଥିଲେ । ସେଠାରେ ଅଭିଯୁକ୍ତକୁ ପାଇ ଧର ନେଇଥିବା ଟଙ୍କା ମାଗିବାରୁ ସେ ସେଠାରେ ତାଙ୍କୁ ଆକ୍ରମଣ କରିଥିଲା । ଏନେଇ ଅଭିଯୋଗକାରୀ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏନେଇ ମାମଲା ରୁଜୁକରି ଆଜି ଅଭିଯୁକ୍ତକୁ ଗିରଫ କରିଛି ।