ହାଟରେ ଚାଲିଛି ଜୁଆ ଖେଳ
ଭୁବନେଶ୍ୱର: ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ବିଭିନ୍ନ ସାପ୍ତାହିକ ହାଟଗୁଡ଼ିକରେ ଚାଲିଛି କୁକୁଡ଼ା ଲଢେଇ ଓ ଜୁଆ ଖେଳ । କୁକୁଡ଼ା ଲଢେଇରେ ହଜାର ହଜାର ଟଙ୍କାର ବାଜି ଲାଗୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଥାନା କିମ୍ବା ପୁଲିସ ପାଖରେ ଏ ସମ୍ପର୍କରେ ଖବର ନାହିଁ, ସାପ୍ତାହିକ ହାଟରେ ମଝିରେ ଏପରି ଖୁଲମଖୁଲା ଚାଲିଛି ଜୁଆଖେଳ । ଜୁଆ ଏବଂ କୁକୁଡ଼ା ଲଢେଇର ଆସରା ବେସ୍ ଜମୁଛି । ଏସବୁ ସମସ୍ତଙ୍କ ସାମ୍ନାରେ ପୁରା ଖୋଲାମେଲାରେ ଚାଲିଥିଲେ ମଧ୍ୟ ସବୁ ଜାଣି ନିଦାବିଷ୍ଣୁ ସାଜିଛି ପୁଲିସ । ମହୁଲଡିହା ଓ ଠାକୁରମୁଣ୍ଡା ଥାନା ଅଧିନରେ ଥିବା ବିଭିନ୍ନ ସାପ୍ତାହିକ ହାଟମାନଙ୍କରେ ଚାଲିଛି ଖୋଲାଖୋଲି ଜୁଆଖେଳ । ଏହି ଜୁଆଖେଳ ସ୍ଥାନୀୟ ଭାଷାରେ ଧୁଣ୍ଡି ପାଲି ଖେଳ ନାଁରେ ଜଣାଶୁଣା । ଖୋଲାଖୋଲି ହାଟ ଭିତରେ ଏହି ଖେଳ ଚାଲିଥିବା ବେଳେ ପ୍ରତ୍ୟେକ ହାଟ ବାରିରେ ହଜାର ହଜାର ଟଙ୍କା ଏହି ଜୁଆଖେଳରେ ଉଡାଯାଉଛି । ହେଲେ ପୁଲିସ ଚଢାଉ କରୁନାହିଁ କିମ୍ବା ଜୁଆଖେଳକୁ ବନ୍ଦ କରୁନାହିଁ । ଯାହାଫଳରେ ଏହି ଅଞ୍ଚଳରେ ଅନେକ ସମୟରେ ବିଭିନ୍ନ ଅପରାଧ ମଧ୍ୟ ହେଉଥିବା ଦେଖାଯାଉଛି ।