ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ
ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଠାରୁ ଛତିଶଗଡ଼କୁ ସଂଯୋଗ କରୁଥିବା ୪୦ ନମ୍ବର ରାଜ୍ୟ ରାଜପଥର ମାଉଲିଭଟ୍ଟା ନିକଟରେ ଟ୍ରକ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବା ଜଣଙ୍କର ମୃତୁ୍ୟ ଘଟିଥିବା ଜଣାପଡିଛି । ମୃତ ଯୁବକ ଜଣକ ରାଇଘର ଥାନା ଅନ୍ତର୍ଗତ ସୋନପୁର ଡିଏନକେ ଗ୍ରାମର ଶ୍ୟାମଳ ଶାହାଙ୍କ ପୁଅ ସମୀର ଶାହା (୨୭) ବୋଲି ଜଣାପଡିଛି । ସମୀର ମେଳା ଦେଖିବା ନିମନ୍ତେ ପୋଡଶୀ ରାଜ୍ୟ ଛତିଶଗଡ଼ ରାଜ୍ୟର ପାଖନଜର୍ରୁ ନିଜ ଘରକୁ ଫେରୁଥିବାବେଳେ ବାଟରେ ଦୁର୍ଘଟଣା ଶିକାର ହୋଇଥିଲେ । ନିଜ ବାଇକ ଗାଡି ନମ୍ବର ଓଡ଼ି ୨୪ଏଚ ୭୦୪୩ରେ ଆସୁଥିବା ବେଳେ ବିପରୀତ ଦିଗରୁ ଆନ୍ଧ୍ର ପ୍ରଦେଶ ଠାରୁ ଓଡ଼ିଶା ଦେଇ ଛତିଶଗଡ଼ ଯାଉଥିବା ମାଲ ବୋଝେଇ ଟ୍ରକ ଗାଡି ନମ୍ବର ଏପି ୦୭ ଟିଏନ ୨୭୨୭ ସହ ଧକ୍କା ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ରାଇଘର ମେଡ଼ିକାଲ୍ ଭର୍ତ୍ତି କରିଥିବାବେଳେ ସେଠାରେ ଡକ୍ଟର ତପନ ମଣ୍ଡଳ ତାଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଟ୍ରକକୁ ଜବତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରି କେଶ ନମ୍ବର ୧୮/୨୦୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା କହିଛନ୍ତି ଏସଆଇ ମନୋରଞ୍ଜନ ବେହେରା ।