କୃଷି ଅଧିକାରୀଙ୍କ ମୁଗ କ୍ଷେତ ପରିଦର୍ଶନ

 ଧର୍ମଶାଳା: ଧର୍ମଶାଳା ବ୍ଲକ କୃଷି ଅଧିକାରୀ ଓ ତାଙ୍କ ସହଯୋଗି ବିଭିନ୍ନ ପଂଚାୟତରେ ହୋଇଥିବା ଡାଲିଜାତୀୟ ଫସଲ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଅବସରରେ ଏହି ବ୍ଲକ ସମ୍ପାରୁ ପଂଚାୟତର କାଦୁଅମାଗୁରା ଅଂଚଳକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଧାନ ପରବର୍ତୀ ପଡ଼ିଆ ଜମିରେ ଡାଲି ଜାତୀୟ ଚାଷ କ୍ଷେତକୁ ପରିଦର୍ଶନରେ ଆସିଥିଲେ ବ୍ଲକ କୃଷି ଅଧିକାରୀ ସ୍ୱରାଜ କୁମାର ବେହେରା ଓ ଆଶିଷ କୁମାର ବେହେରା । ଏଠାରେ କୃଷିଅଧିକାରୀ ସରଜମିନ ପରିଦର୍ଶନ କରି ସରକାରଙ୍କ ତରଫରୁରୁ ମାଗଣାରେ ଚାଷୀଙ୍କୁ ଯୋଗାଇଦିଆ ଯାଉଥିବା ଉନ୍ନତ କିସମର ବିହନ ଓ କୀଟନାଶକ ସମ୍ପର୍କ ରେ କୃଷକ ମାନଙ୍କୁ ପଚାରି ବୁଝିଥିଲେ । ନୂତନ କିସମର ମୁଗଚାଷ କିଭଳି ଚାଷୀ ଭାଇଙ୍କୁ ଅଧିକ ଅମଳ ଦେଇ ପାରୁଛି, ସେ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ କୃଷି ଅଧିକାରୀଙ୍କ ସହିତ ବେସରକାରୀ ସଂଗଠନର ମୁଖ୍ୟ ଜ୍ଞାନଦତ ବେହେରା, କ୍ଲଷ୍ଟର ସଂଯୋଜକ ମନୋଜ ନାୟକ, ରମେଶ ଚନ୍ଦ୍ର ଦେବତାଙ୍କ ସମତେ ଅଗ୍ରଣୀ ଚାଷୀ ସତ୍ୟରଜନ ନାୟକ, କିରଣ ମଲିକ୍, ବାଇନ ମଳିକ୍, ଲିପୁ ବାରିକି ଉପସ୍ଥିତ ଥିଲେ ।