ନାଉପାଳ ଗ୍ରାମରେ ରଜ ମହୋତ୍ସବ ଉଦ୍ୟାପିତ

 ସିଂହପୁର: ବିଞ୍ଝାରପୁର ବ୍ଲକ ନାଉପାଳସ୍ଥିତ ପ୍ରସିଦ୍ଧ ଭାଗବତ ଗୋସ୍ୱାମୀଙ୍କ ମନ୍ଦିର ପ୍ରାଙ୍ଗଣରେ ରଜ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ଦୁଇ ଦିନ ଧରି ଅନୁଷ୍ଠିତ କାର୍ଯ୍ୟକ୍ରମରେ ରଜ ମହୋତ୍ସବ କମିଟି ତରଫରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅନ୍ତିମ ଦିନରେ ସ୍ଥାନୀୟ ଅଞ୍ଚଳର ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ସିଂହପୁର ଗ୍ରାମର ଆକାଂକ୍ଷା ବେହେରାଙ୍କୁ ୨୦୦୦ଟଙ୍କା, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନାଉପାଳ ଗ୍ରାମର ସ୍ୱତସ୍ୱିନୀ ବେହେରାଙ୍କୁ ୧୫୦୦ଟଙ୍କା, ତୃତୀୟ ସ୍ଥାନ ଅଧିକାର କରିଥିବା ଶ୍ରଦ୍ଧା ସୁମନ ସାହୁଙ୍କୁ୧୦୦୦ଟଙ୍କା ଏବଂ ୪ର୍ଥରୁ ୧୦ମ ସ୍ଥାନ ଅଧିକାର କରିଥିବା ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୫୦୦ ଟଙ୍କା ଓ ଟ୍ରଫି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଗ୍ରାମର ରବୀନ୍ଦ୍ର କୁମାର ପଣ୍ଡା, ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ବରିଷ୍ଠ ମଞ୍ଚ କଳାକାର ତଥା ନିଦେ୍ର୍ଦଶକ ଚନ୍ଦ୍ରମଣୀ ବାରିକ୍, ବିଶିଷ୍ଟ ନୃତ୍ୟ ଗୁରୁ ସନାତନ ସାହୁଙ୍କୁ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ରାମେଶ୍ୱର ବାରିକ୍ ଓ ବିକାଶ କୁମାର ସାହୁ ପରିଚାଳନା କରିଥିବା ବେଳେ ଜୟନ୍ତ କୁମାର ସାହୁ,ସୁଶାନ୍ତ କୁମାର ସାହୁ, ଅରୁପ କୁମାର ସାହୁ, ସ୍ୱରୂପ କୁମାର ସାହୁ, ପ୍ରେମାନନ୍ଦ ସାହୁ, ଭାଗବତ ସାହୁ, ସୁବ୍ରତ କୁମାର ସାହୁ, ରତିକାନ୍ତ ସାହୁ, ଭୀମସେନ ସାହୁ,ଶ୍ରୀକାନ୍ତ ସାହୁ, ବିଜୟ ରୟ, ମାଧବାନନ୍ଦ ଦାସ, ଗୌତମ ବାରିକ୍ ପ୍ରମୁଖ ସହଯୋଗ କରିଥିଲେ ।