ବାବା ଆଖଣ୍ଡଳେଶ୍ୱରଙ୍କ ବାର୍ଷିକ ଅଭିଷେକ ପୂଜା
ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ବଜାର ସ୍ଥିତ ବାବା ଅଖଣ୍ଡଳେଶ୍ୱରଙ୍କ ବାର୍ଷିକ ଅଭିଷେକ ପୂଜା ସୋମବାର ଦିବସ ବ୍ୟାପୀ ଯଜ୍ଞ ଓ ଭଜନ କୀର୍ତ୍ତନ ପରିବେଷଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ୧୬ରୁ ଅଧିକ ବ୍ରାହ୍ମଣଙ୍କ ଦ୍ୱାରା ଆଖଣ୍ଡଳେଶ୍ୱରଙ୍କ ପୂଜାର୍ଚ୍ଚନା ଓ ଯଜ୍ଞାଦି କର୍ମ ଅନୁଷ୍ଠିତ ହୋଇଥିଲା । ନନ୍ଦ କୁମାର ପାଣି, ଯୋଗେଶ ଶତପଥୀ, ମିହିର କୁମାର ନାୟକ, ପଦ୍ମଲୋଚନ ମହାପାତ୍ର, ବିକ୍ରମ କୁମାର ମହାନ୍ତି ପ୍ରମୁଖଙ୍କ ଦ୍ୱାରା କୋଚିଆକୋଇଲି ନଦୀରୁ କଳସ ଅଣାଯାଇଥିଲା । ଖଇରା ଥାନା ଅଧିକାରିଣୀ ମୌସୁମୀ ମହାନ୍ତି, ତ୍ରୟଲୋକ୍ୟ ଲେଙ୍କା, ଜଗତନାଥ ମହାନ୍ତି, ପିତାମ୍ବର ନାୟକ, ପିୟୁଷ ଶତପଥୀ, ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯଜ୍ଞକର୍ମ ପରିଚାଳନାରେ ସହଯୋଗ କରିଥିଲେ ।