ଦୁର୍ଘଟଣାରେ ଜଣେ ମୃତୁ୍ୟ 

 ପାପଡାହାଣ୍ଡି : ମୈଦଲପୁର ଥାନା ଅନ୍ତର୍ଗତ କାକୁଡ଼ିଆମ୍ବ ବ୍ରିଜ ନିକଟରେ ଦୁର୍ଘଟଣା ଘଟି ଜଣଙ୍କ ମୃତୁ୍ୟ ହୋଇଛି  । ମୃତକ ଜଣକ ମୈଦଲପୁର ଥାନା ଗାଦବାକୋତ୍ରା ଗ୍ରାମର ମୁକୁନ୍ଦ ନାୟକ ବୋଲି ଜଣାପଡିଛି  । ସୂଚନାରୁ ପ୍ରକାଶ ଯେ ନିଜ ଗ୍ରାମଠାରୁ କାକୁଡ଼ିଆମ୍ବ ଗ୍ରାମକୁ କୌଣସି ଏକ କାମ ପାଇଁ ମୁକୁନ୍ଦ ଯାଇଥିଲେ  । ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହିତ ଧକ୍କା ହୋଇଥିବା କିଛି ଲୋକ ପ୍ରକାଶ କରିଛନ୍ତି  । ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ମୁକୁନ୍ଦ ଛିଟିକି ପଡିଥିବା ବେଳେ ବାଇକ୍ ଚାଳକ ଜଣକ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡିଛି  । ଖବର ପାଇ ମୈଦଲପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଶବକୁ ଜବତ କରି ମହାପ୍ରୟାଣ ଗାଡି ସାହାଯ୍ୟରେ ଶବ ବ୍ୟବଛେଦ ପାଇଁ ପଠାଇଥିବା ସୂଚନା ମିଳିଛି  ।