ଭାଗବତ ଜନ୍ମ

କାକଟପୁର: ଅସ୍ତରଙ୍ଗ ବ୍ଲକ ମାଣ୍ଡୁକି ପଞ୍ଚାୟତ ଓଲରା ଗ୍ରାମରେ ଥିବା ବହୁ ପୁରାତନ  ବାସୁଦେବଙ୍କ ପିଠରେ ଶ୍ରୀମଦ ଭାଗବତଙ୍କର ୨୬ତମ ଜନ୍ମ ବାର୍ଷିକ ଉସôବ ସୋମବାର, ମଙ୍ଗଳ ବାର ଦୁଇ ଦିନ ଧରି ପାଳନ  ହୋଇଛି   । ଦୁଇ ଦିନ ଧରି ହେଉ  ଥିବା ଏହି କାର୍ଯ୍ୟକ୍ରମ ରେ ପ୍ରଥମ ଦିନର  ସକାଳୁ ସୂର୍ଯ୍ୟ ପୂଜା, ଭାଗବତ ପାଠ ସହିତ ବିଧି ଅନୁସାରେ ଅନ୍ୟ ପୂଜା କାର୍ଯ୍ୟକ୍ରମ ପଣ୍ଡିତ ସୁର ମିଶ୍ର, କର୍ତ୍ତା ଅଶୋକ ପରିଡାଙ୍କ ଦ୍ୱାରା  କରାଯାଇଥିଲା ଏବଂ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥା  କରାଯାଇଥିଲା ଏବଂ ଦ୍ୱିତୀୟ ଦିନ ମଙ୍ଗଳ ବାର ଅର୍ନ୍ନ କୁଟ ସାଙ୍ଗକୁ ଘୋଡାନାଚ ଅନୁଷ୍ଠିତ ହୋଇଥିଲା  । ଏହି ଉସôବରେ ସାମ୍ବାଦିକ ସମୀର କର, ଆର୍ଯ୍ୟ ବିଶ୍ୱାଳ, ସଞ୍ଜୟ ପତି, ଆଦିତ୍ୟ ରାଉତ, ଆରତ ମହାନ୍ତି, ମନୋଜ ବିଶ୍ୱାଳ, ସଞ୍ଜୟ ପ୍ରଧାନ, ଅନୁଷ୍ଠାନର ସଭାପତି ପ୍ରମୋଦ ପାଳ, କମିଟିର ସମସ୍ତ ସଦସ୍ୟଙ୍କ ସହିତ ଶହ ଶହ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ  ।