ବ୍ରାହ୍ମଣୀ କଲେଜରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ବ୍ରାହ୍ମଣୀ କଲେଜରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଓ ଏହି  କାର୍ଯ୍ୟକ୍ରମକୁ କଲେଜ ଅଧକ୍ଷ ଡ଼ଗୌରୀ କୁମାର ସାମଲ ଉଦଘାଟନ କରିଥିଲେ  । କଲେଜ ଏନଏସଏସ ସଂଯୋଜକ ଅଧ୍ୟାପକ ନଟବର ସୂତାରଙ୍କ ନେତୃତ୍ୱରେ ଆୟୋଜିତ ସଫେଇ କାର୍ଯ୍ୟକ୍ରମରେ ଅଧ୍ୟାପକ ସୁଧାଂଶୁ ସାମଲ, ସତ୍ୟଜିତ ବେହେରା, ପ୍ରଫୁଲ୍ଲ ମଲ୍ଲିକ, ଶିବ ଚରଣ ଦାସ ଡ଼ ଚିନ୍ମୟ ପ୍ରଧାନ, ପ୍ରକୃତିପ୍ରେମୀ କାଳନ୍ଦୀ ମଲିକ ଓ ଏନଏସଏସ ସ୍ୱଚ୍ଛାସେବୀମାନେ ଯୋଗ ଦେଇ କଲେଜ ପରିସର ସଫେଇ କରିଥିଲେ ଓ ଶେଷରେ କଲେଜ ଏନଏସଏସ ସଂଯୋଜକ ଅଧ୍ୟାପକ ନଟବର ସୂତାର ଧନ୍ୟବାଦ ଦେଇଥିଲେ  ।