ଓଡିଆଭାଷାର ବହୁଳ ପ୍ରଚାର ପ୍ରସାର ପଦକ୍ଷେପ

 ବେତନଟୀ : ଶାସନ ସଚିବ ଉଷାପାଢି ରାଜ୍ୟରେ ଓଡିଆ ଭାଷାର ବହୁଳ ପ୍ରଚଳନ ନିମନ୍ତେ ନିଦେ୍ର୍ଦଶନାମା ପ୍ରକାଶନ ପରେ ସେଥିମନ୍ତେ ଅଣ୍ଟାଭିଡିଛି ବେତନଟୀର ସିଭିଲ ସୋସାଇଟି । ଏକ ପ୍ରଚାରପତ୍ର କରି ଏହାର ସଦସ୍ୟଗଣ ଦୋକାନକୁ ଦୋକାନ ଅଫିସକୁ ଯାଇ ଏହା ବଣ୍ଟନ କରି ଓଡିଆରେ ନିଶ୍ଚିତ ଧାଡିଟିଏ ନାମଫଳକରେ ଲେଖିବାକୁ ଅନୁରୋଧ କରୁଛନ୍ତି । ସରକାରୀ କାଗଜପତ୍ରରେ, ବିବାହ ନିମନ୍ତ୍ରଣ ପତ୍ର, କଥାବାର୍ତ୍ତାରେ ଯଥାସମ୍ଭବ କମ୍ ଇଁରାଜୀ ଓ ହିନ୍ଦୀ ଭାଷାର ପ୍ରଚଳନ ଇତ୍ୟାଦି ଉପରେ ଗୁରୁତ୍ୱ ଦେବାକୁ ଅନୁରୋଧ କରାଯାଇଛି । ୧.୪.୨୦୧୮ରୁ ଓଡ଼ିଆ ଭାଷାର ବହୁଳ ପ୍ରଚଳନ ନିମନ୍ତେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ନିଷ୍ପତ୍ତି ସହ ଏଥିପୂର୍ବରୁ ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରଦାନ ଭଳି ତଥ୍ୟ ସମ୍ବନ୍ଧରେ ସମସ୍ତଙ୍କୁ ଜଣାଇବା ସହ ବହୁ ବର୍ଷ ଆଗରୁ ଏଭଳି ନିଷ୍ପତିକୁ ଶୀତଳ ଭଣ୍ଡାରରେ ପକାଇ ରଖାଯାଇଥିବାରୁ ସୋସାଇଟି କ୍ଷୋଭ ପ୍ରକାଶ କରିଛି । ଆଗାମୀ ଦିନରେ ଓଡିଆ ଭାଷା ଓ ସଂସ୍କୃତିର ସୁରକ୍ଷା ନିମନ୍ତେ କାର୍ଯ୍ୟ ଚାଲୁ ରଖିବାର ସଗଠନର ନିଷ୍ପତ୍ତି ବୋଲି ସମ୍ପାଦକ ସଚ୍ଚିଦାନନ୍ଦ ମହାନ୍ତି ପ୍ରକାଶ କରିଛନ୍ତି ।