ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଶେଷ
ବୁଗୁଡା: ବୁଗୁଡ଼ା ବନ ବିଭାଗ ପକ୍ଷରୁ ପକ୍ଷୀ ଗଣନା କାର୍ଯ୍ୟ ଶେଷ ହୋଇଯାଇଛି । ପକ୍ଷୀ ଗଣନା ପାଇଁ ୧୨ଟି ୟୁନିଟ୍ ଗଠନ କରାଯାଇଥିଲା ଏବଂ ପ୍ରତି ୟୁନିଟରେ ତିନି ଜଣ ଲେଖାଏଁ ରହିଥିଲେ । ଏହି ୟୁନିଟ ଗୁଡିକ ଦ୍ୱାରା ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପକ୍ଷୀ ଗଣନା କାର୍ଯ୍ୟ କରାଯାଇଥିବା ବେଳେ ୮୦ଟି ପ୍ରଜାତିର ୩୮୨୦ଟି ପକ୍ଷୀ ଦେଖିବାକୁ ମିଳିଥିଲା । ଏହି ପକ୍ଷୀ ଗଣନା କାର୍ଯ୍ୟ ପାଇଁ ଗତ ୧୬ ତାରିଖରେ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ତାଲିମ ପ୍ରଦାନ କରାଯାଇଥିଲା ।