ଡ୍ରଗ୍ସ ବିରୋଧରେ ଛାତ୍ରଛାତ୍ରୀଙ୍କ ଭୂମିକା’ ଆଲୋଚନାଚକ୍ର 

ପାରାଦୀପ : ‘ଡ୍ରଗ୍ସ ନିଶା ବିରୋଧରେ ଛାତ୍ରଛାତ୍ରୀଙ୍କ ଭୂମିକା’ ସମ୍ପର୍କିତ  ଏକ  ଆଲୋଚନାଚକ୍ର ପାରାଦୀପ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ସସ୍ମିତା ଶତପଥିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଭାରତ ସରକାରଙ୍କ ଅତିରିକ୍ତ ଅଧିଷ୍ଠିତ  ସ୍ଥାୟୀ  ସରକାରୀ କାଉନସିଲ ଆଇନିଜୀବୀ ଗତିକୃଷ୍ଣ ଶତପଥି ମୁଖ୍ୟବକ୍ତା ଓ ମହା ବିଦ୍ୟାଳୟ ଇଂରାଜି ବିଭାଗ ମୁଖ୍ୟ ଗଣେଶ୍ୱର ପାତ୍ର, ଭାରତୀୟ ତଟ ରାକ୍ଷୀ ବାହିନୀର  ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏମ ଲୋଗେଶରନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଶା ସେବନ କିଭଳି ପରିବାର ତଥା ସମାଜ ପାଇଁ ବିପଦର କାରକ ସାଜିଛି ସେ ସମ୍ପର୍କରେ ଆଲୋକପାତ କରିବା ସହିତ  ଛାତ୍ରଛାତ୍ରୀ ମାନେ ଏ ଦିଗରେ ଯନôବାନ ହେବା ସହ ନିଜ ନିଜର ସାଙ୍ଗ ସାଥି,ପରିବାରର ସଦସ୍ୟ ଓ ପ୍ରତିବେଶୀମାନଙ୍କୁ  ସଚେତନ କରାଇବା ଉପରେ ଗୁରୁତ୍ୱାରୋପ କରିଥିଲେ । ଆରମ୍ଭରେ ମହା ବିଦ୍ୟାଳୟର ଏନସିସି ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଏସି ମିଶ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଏନସିସି ଆଲମୁନି ଆସୋସିଏସନ୍, ପାରାଦୀପର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ମହାପାତ୍ର  ଧନ୍ୟବାଦ  ଅର୍ପଣ କରିଥିଲେ ।