ବିଭିନ୍ନ ସ୍ଥାନରେ ଗଣେଶ ପୂଜା
ାା ପ୍ରଭାନୁ୍ୟଜ ।ା ଧର୍ମଶାଳା: ବିଭିନ୍ନ ସ୍ଥାନରେ ଅଗ୍ରପୂଜ୍ୟ ଗଣେଶ ପୂଜା ପାଳିତ ହୋଇଛି । ଏହିକ୍ରମେ ଧର୍ମଶାଳା ବ୍ଲକ ଜାରକା ଗଣେଶ ପୂଜା କମିଟି ପକ୍ଷରୁ ଗଜାନନଙ୍କ ୪୩ତମ ପୂଜା ମହାଆଡମ୍ବର ସହକାରେ ଶନିବାର ଅନୁଷ୍ଠିତ ହୋଇଛି । ଜାରକା ବଡବଜାରସ୍ଥିତ ପୂଜା ମଣ୍ଡପରେ ଆଜି ଠାରୁ ଏହି ପୂଜା ଶୁଭାରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦୀପାଲା ଆଜି ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ବାଦିପାଲା କାର୍ଯ୍ୟକ୍ରମରେ ଗାୟିକା ସସ୍ମିତା ରାଉତ,ଲକ୍ଷମୀପ୍ରିୟା ଦାସ, ଶ୍ରଦ୍ଧାଞ୍ଜଳି ବଳବନ୍ତରାୟ, ଲକ୍ଷ୍ମୀପ୍ରିୟା ସାହୁ ଓ ସାଥିମାନେ ବାଦୀପାଲା ପରିବେଷଣ କରିବେ । ସେହିପରି ୧୩ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରର ନାଦଶ୍ରୀ ଭଜନ ସନ୍ଧ୍ୟା, ୧୪ ତାରିଖ ସନ୍ଧ୍ୟାରେ କଟକ ସଙ୍ଗମ ଅର୍କେଷ୍ଟ୍ରା କଳାକାରମାନଙ୍କ ଦ୍ୱାରା ଡ୍ୟାନ୍ସ ଧମାକା ଓ ୧୫ ତାରିଖ ସନ୍ଧ୍ୟାରେ କଟକର ସ୍ୱିଫ୍ଟ ଡ୍ୟାନ ମହଲ ପକ୍ଷରୁ ଡ୍ୟାନସ ଧମାକା ଅନୁଷ୍ଠିତ ହେବ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ପ୍ରତ୍ୟେକ ସନ୍ଧ୍ୟାରେ ଶହଶହ ଦର୍ଶକଙ୍କ ସମାବେଶ ହୋଇଥାଏ । ଗଣେଷ ମଣ୍ଡପ ସମ୍ମୁଖରେ ଏକ ଆକର୍ଷଣୀୟ ତୋରଣ କରାଯାଇଥିବା ବେଳେ ରଙ୍ଗିନ ଆଲୋକମାଳାରେ ବଜାରରକୁ ସଜାଇଦିଆଯାଇଛି । ଆସନ୍ତା୧୭ ତାରିଖରେ ଭଷାଣୀ ଉସôବ ଅନୁଷ୍ଠିତ ହେବ ବୋଲି ଜାରକା ଗଣେଶ ପୂଜା କମିଟିର ସଭାପତି କୁଳମଣି ରାଉତ ଓ ସମ୍ପାଦକ ସିଦ୍ଧାର୍ଥ ସ୍ୱୟଂଦୀପ୍ତ ମହାନ୍ତି ସୂଚନା ଦେଇଛନ୍ତି । ସେହିପରି ଏହି ବ୍ଳକର ବିଭିନ୍ନ ସ୍କୁଲ, କଲେଜ ଓ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଗଜାନନ ମହାପ୍ରଭୁଙ୍କ ପୂଜା ମହାସମାରୋହରେ ପାଳିତ ହୋଇଛି ।
ପାଣିକୋଇଲି: ପାଣିକୋଇଲି ଗଣେଷ ବଜାର କମିଟି, ଭା୍ରମ୍ୟମାଣ ଗଣେଷ, ବିଭିନ୍ନ ଶିଳ୍ପ ସଂସ୍ଥା, ପାଣିକୋଇଲି ମା’ ତାରିଣୀ ମହାବିଦ୍ୟାଳୟ, ପାଣିକୋଇଲି ସରକାରୀ ହାଇସ୍କୁଲ, ମା ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ, ସୁଭାଷ ବୋଷ ଇଂଲିଙ୍ଗ ମିଡିୟମ ସ୍କୁଲ, ନେମ ଏଣ୍ଡ ଫେମ ସ୍କୁଲ, ମୂଳାପାଳ ସରସ୍ୱତୀ ଶିଶୁ ମନ୍ଦିର, ଅମୃତିଆ ଓ ପାଣିକୋଇଲି ସରସ୍ୱତୀ ଶିଶୁ ମନ୍ଦିର, ଓଚିନ୍ଦା ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଳତିରି ପରିଡା ସାହି, ଆମେ ଆପଣଙ୍କ ପାଇଁ ହେଲପିଙ୍ଗ ଗ୍ରୁପ, ଅଢେଇବାଟିଆ ଗଣେଷ ପୂଜା କମିଟି ଓ ବିଭିନ୍ନ ମଣ୍ଡପ ଆଦିରେ ଅଗ୍ରଗଣ୍ୟ ଗଣେଷଙ୍କ ପୂଜା ପାଳିତ ହୋଇଛି । ବିଭିନ୍ନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଛି । ବିଶେଷ କରି ଛାତ୍ର/ଛାତ୍ରୀମାନେ ନୂତନ ବସ୍ତ୍ର ପରିଧାନ କରି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଗଣେଷ ପୂଜା ପାଳନ କରୁଛନ୍ତି । ପାର୍ବଣ ଋତୁର ଆରମ୍ଭ ତଥା ପ୍ରଥମ ପୂଜା ଗଣେଷ ପୂଜା ସବୁଠି ପାଳିତ ହୋଇଛି ।
ସୁକିନ୍ଦା: ସୁକିନ୍ଦା ସଦମହକୁମାରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କ୍ଲବ ଓ ବ୍ୟବସାୟୀକ ପ୍ରତିଷ୍ଠାନ ପକ୍ଷରୁ ୩୦ରୁ ଉର୍ଦ୍ଧ୍ୱ ପୁଜାମଣ୍ଡପରେ ଗଣପତିଙ୍କ ପୂଜା ଅନୁଷ୍ଠିତ ହେଉଛି । ପୂର୍ବରୁ ଏହି ପୂଜା କେବଳ ସ୍କୁଲ, କଲେଜ, କୋଚିଙ୍ଗ ସେଣ୍ଟର ଭଳି ଶିକ୍ଷାନୁଷ୍ଠାନରେ ଅନୁଷ୍ଠିତ ହେଉଥିବା ବେଳେ ଧୀରେ ଧୀରେ ଏହା ବିଭିନ୍ନ ଅନୁଷ୍ଠାନ ଓ କ୍ଲବ ଆଦିରେ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି ।ସୁକିନ୍ଦା ଜଗନ୍ନାଥ ମନ୍ଦିରରେ ଥିବା ଗଣେଶ ମନ୍ଦିର, ସୁକିନ୍ଦା ବନବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଗଣେଶ ମନ୍ଦିର, ଜଗନ୍ନାଥ ହାଇସ୍କୁଲ, ଖଣ୍ଡୁରାଇ ଉଚ୍ଚବିଦ୍ୟାଳୟ, ସୁକିନ୍ଦା ନୋଡାଲ ସ୍କୁଲ୍, ମାଧାପୂର୍ ସ୍କୁଲ, ସୁକିନ୍ଦା ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ମନ୍ଦିର, ଭାରତୀୟ ବିଦ୍ୟାନିକେତନ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବ୍ଲକ କଲୋନୀ ସ୍କୁଲରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଏହା ବ୍ୟତୀତ ରାମଲୀଳା ଯୁବକ ସଂଘ, ବଡ଼ଦାଣ୍ଡ ପୁଜାକମିଟି,ଭାଇ ଭାଇ କ୍ଲବକୁ ମିଶାଇ ତିରିଶରୁ ଊର୍ଦ୍ଧ୍ୱ ପୁଜାମଣ୍ଡପରେ ଗଣପତିଙ୍କ ପୂଜା ହେଉଥିବା ଦେଖାଦେଇଛି ।