ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ଆନନ୍ଦପୁର : ଗୋଟାଏ ପଟେ ସଧାରଣ ଜନତାଙ୍କ ସହିତ ସୁସମ୍ପର୍କ ରକ୍ଷା କରିବାକୁ ତହସିଲଦାରଙ୍କ ପାଇଁ ରାଜସ୍ୱ ମନ୍ତୀଙ୍କ ସ୍ପଷ୍ଟ ନିଦେ୍ର୍ଦଶ ଥିବାବେଳେ ଅନ୍ୟପଟେ ଘସିପୁରା ତହସିଲଦାର ଏହି ନିଦେ୍ର୍ଦଶକୁ ନମାନି ଏହାକୁ ‘ଫୁ'ରେ ଉଡାଇ ଦେଇଛନ୍ତି । ଯଦ୍ୱାରାକି ରାଜସ୍ୱ ବିଭାଗ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନା ଅନୁଯାୟୀ ଆନନ୍ଦପୁର ଉପଖଣ୍ଡ ଘସିପୁରା ତହସିଲଦାରଙ୍କ କାର୍ଯ୍ୟାଳୟ ପରିସରକୁ ଚପଲ ବାହାରେ ରଖି ପ୍ରବେଶ କରିବାପାଇଁ ତହସିଲଦାର ଅଭୟ ସ୍ୱାଇଁଙ୍କ ଦସ୍ତଖତ ଥିବା ସୂଚନା ଫଳକ ମାଧ୍ୟମରେ ସର୍ବସାଧାରଣଙ୍କ ପାଇଁ ନିଦେ୍ର୍ଦଶ ଥିଲା । ସେହିପରି ଜମିଜମା ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ତହସିଲଦାରଙ୍କୁ ସାକ୍ଷାତ କରିବାକୁ ଆସୁଥିବା ସାଧାରଣ ଜନତାଙ୍କ ଉଦେ୍ଦଶ୍ୟରେ ଥିବା ଚେୟାରକୁ ମଧ୍ୟ୍ୟ ତହସିଲଦାର ଶ୍ରୀ ସ୍ୱାଇଁ ହଟାଇ ଦେଇଥିଲେ । ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇବାପରେ ଘଟଣାକୁ ଗୁରୁତର ଭାବେ ନେଇଛି ରାଜସ୍ୱ ବିଭାଗ । ରାଜସ୍ୱ ବିଭାଗ ଚିଠି ନମ୍ବର ୨୩୩୯୪/ତା ୩୦.୦୬.୨୫ ଅନୁଯାୟୀ କେନ୍ଦୁଝର ଜିଲ୍ଲାପାଳଙ୍କ ଚିଠି ନମ୍ବର ୨୧/୨୫.୦୬.୨୫ରେ ଘଟଣା ସମ୍ପର୍କରେ ରାଜସ୍ୱ ବିଭାଗକୁ ଅବଗତ କରାଇ ଦିଆଯାଇଥିଲା । ଜିଲ୍ଲାପାଳଙ୍କ ଚିଠି ହସ୍ତଗତ ହେବାପରେ ରାଜସ୍ୱ ବିଭାଗ ଆକ୍ସନମୋଡ଼କୁ ଆସିଛି । ଏନେଇ ବିଭାଗ ପକ୍ଷରୁ ତହସିଲଦାର ଶ୍ରୀ ସ୍ୱାଇଁଙ୍କୁ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାକୁ ନିଦେ୍ର୍ଦଶ ଦିଆଯାଇଛି ।