ଧର୍ମପ୍ରାଣା ମହିଳାଙ୍କ ସ୍ମୃତିଚାରଣ

 ଭଦ୍ରକ : ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତ ରାଇପୁର ଗ୍ରାମର ସ୍ୱର୍ଗତ ଭାରତୀ ବେହେରାଙ୍କ ଉଦେ୍ଦଶ୍ୟରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଗତ ଶୁକ୍ରବାର ଦିନ ନିଜ ବାଡ଼ିରେ ଘାସ କାଟୁଥିବା ସମୟରେ ତାଙ୍କୁ ଏକ ବିଷାକ୍ତ ନାଗ ସାପ ଦଂଶନ କରିଥିଲା । ଫଳରେ ମହିଳା ଜଣକ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ବାଇକ ସାହାଯ୍ୟରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିସôାଳୟ ଆଣିଥିଲେ । ତେବେ ଚିକିସôାଧୀନ ଅବସ୍ଥାରେ ମହିଳାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ଏକାଦଶାହ କ୍ରିୟାରେ ପଡୋଶୀ ଓ ବନ୍ଧୁ ବାନ୍ଧବ ମାନେ ଭାରତୀଙ୍କୁ ମନେ ପକାଇବା ଶହ ତାଙ୍କ ସ୍ମୁତି ଚାରଣ କରିଥିଲେ ।