ପାରାଦୀପରେ"କଳିଙ୍ଗ ସାମୁଦ୍ରିକ ସଂଗ୍ରହାଳୟ’ପ୍ରକଳ୍ପ ଶିଳାନ୍ୟାସ
ପାରାଦୀପ: ସାମୁଦ୍ରିକ ଏ୍ୟ÷ତିହ୍ୟ ସଂରକ୍ଷଣକୁ ଉଜ୍ଜିବୀତ କରି ରଖିବା ପାଇଁ ଉଦ୍ଦିଷ୍ଟ ଏକ ଏ୍ୟ÷ତିହାସିକ ଅଭିନବ ପ୍ରକଳ୍ପ “କଳିଙ୍ଗ ସାମୁଦ୍ରିକ ସଂଗ୍ରହଳାୟ’’କୁ ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ.ହରାନାଦ୍ ଶୁକ୍ରବାର ଆଜି ଶିଳାନ୍ୟାସ କରିବା ପରେ ନିର୍ମାଣକାର୍ଯ୍ୟ ଶୁଭାରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ପାରାଦୀପ ବନ୍ଦର ପ୍ରାଧିକରଣ ପକ୍ଷରୁ ଆୟୋଜିତ ଉତ୍ସବରେ ବନ୍ଦରର ଅଧ୍ୟକ୍ଷ ହରନାଦଙ୍କ ସମେତ ୍ପାରାଦୀପ ବନ୍ଦର ପ୍ରାଧିକରଣ, ଭାରତୀୟ ବନ୍ଦର ରେଳ ଓ ରୋପୱେ କର୍ପୋରେସନ ଲିମିଟେଡ (ଆଇପିଆରସିଏଲ)ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । କଳିଙ୍ଗ ସାମୁଦ୍ରିକ ସଂଗ୍ରହାଳୟକୁ ସ୍ଥାପତ୍ୟ ନବସୃଜନ ଓ ଜଳବାୟୁ ସ୍ଥିରତା ଉଭୟର ପ୍ରମାଣସ୍ୱରୂପ ଡିଜାଇନ (ନକ୍ସା) କରାଯାଇଛି । ଏହା ଅନନ୍ୟ ମାଛ ଆକୃତିର ଗଠନ ସମୁଦ୍ର ଆଡକୁ ମୁହାଁଇବା ରଣନୀତିକ ଭାବରେ ପ୍ରାକୃତିକ ପବନ ପ୍ରବାହକୁ ଏହାର ଶରୀର ସହିତ ଲାଞ୍ଜ ପର୍ଯ୍ୟନ୍ତ ପରିଚାଳିତ କରିବ,ଯାହା ଏହି ଉପକୂଳ ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ । ଓଡିଶାର ବିବିଧ ଜଳବାୟୁ ପରିସ୍ଥିତିକୁ ସହ୍ୟ କରିବା ପାଇଁ ଇଞ୍ଜିନିୟର୍ଡ ହୋଇଥିବା ଏହି ସଂଗ୍ରହଳାୟ ୮୦ ରୁ ୪୫୦ ସେଲସିୟମ୍ ପର୍ଯ୍ୟନ୍ତ ତାପମାତ୍ରାର ଚରମ ସୀମାକୁ ପରିଚାଳନା କରିବା ପାଇଁ ଯଥେଷ୍ଟ ସୁଦୃଢ଼ ହେବ । ଏହି ଯୁଗାନ୍ତକାରୀ ପଦକ୍ଷେପ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ,ସାମୁଦ୍ରିକ ଏ୍ୟ÷ତିହ୍ୟ ସଂରକ୍ଷଣ ଓ ସ୍ମାର୍ଟ ବନ୍ଦର ବିକାଶରେ ଯୋଗଦାନ ପ୍ରତି ଏହାର ପ୍ରତିବଦ୍ଧତା ପ୍ରତିପାଦିତ କରୁଛି । କଳିଙ୍ଗ ସାମୁଦ୍ରିକ ସଂଗ୍ରହଳାୟ ଏକ ପ୍ରମୂଖ ସାଂସ୍କୃତିକ ଓ ଶିକ୍ଷାଗତ ସ୍ଥଳ ହେବାକୁ ଯାଉଛି ।