ତାଇକୋଣ୍ଡୋ ପ୍ରତିଯୋଗିତା: ଚମକିଲେ ଅଂଶୁମାନ

 ହିଞ୍ଜିଳିକାଟୁ : ଜାତୀୟସ୍ତରରେ ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଛନ୍ତି ଅଂଶୁମାନ ପଣ୍ଡା । କଟକ ଜବାହରଲାଲ୍ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଥିବା ନବମ ତାଇକୋଣ୍ଡୋ ଚମ୍ପିଆନସିପ୍ କ୍ୟୋରୋଗୀରେ ଗୋଲ୍ଡ ମେଡାଲ ଆଣିଛନ୍ତି ଅଂଶୁମାନ । ଏହି ନବମ ଜାତୀୟସ୍ତରର କ୍ୟୋରୋଗୀ, ପୋମ୍ସେ ଓ ପାରା କାଟାଗୋରିରେ ଆୟୋଜିତ ଏହି ଚମ୍ପିଅନସିପ୍ରେ ପ୍ରାୟ ୬୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ମଇ ୩୦ରୁ ଜୁନ୍ ୧ପର୍ଯ୍ୟନ୍ତ ଚାଲିଥିବା ଏହି ପ୍ରତିଯୋଗିତାରେ ଜାଗୁଆର ଏକାଡେମୀ ଅଫ୍ ମାର୍ଶାଲ ଆର୍ଟସ ଏଣ୍ଡ ସେଲ୍ଫ ଡିଫେନ୍ସର ବହୁ ଛାତ୍ରଛାତ୍ରୀ ଏକାଡେମୀ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଜାତୀୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇ ଖେଳାଳୀ ବେଶ୍ ଉତ୍ସାହିତ ଅଛନ୍ତି ବୋଲି ଏକାଡେମୀର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ଦାଶ ସୂଚନା ଦେଇଛନ୍ତି । ଖେଳ ଦ୍ୱାରା ମାନସିକ ସହ ଶାରୀରିକ ସୁସ୍ଥତା ମିଳିଥାଏ, ତେଣୁ ସମସ୍ତେ ଖେଳିବା ଉଚିତ୍ ବୋଲି ଅଧ୍ୟକ୍ଷ କହିଛନ୍ତି । ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରୁ ଅଂଶୁମାନଙ୍କ ସଫଳତା ନେଇ ଶୁଭେଚ୍ଛାର ସୁଅ ଛୁଟିଛି ।