ହାଇସ୍କୁଲରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ 

 ଭଦ୍ରକ : ଭଦ୍ରକ ସ୍ଥାନୀୟ ପିଏମ୍ଶ୍ରୀ ବିନ୍ଦୁ ମାଧବ ବାଗୁରାଇ ହାଇସ୍କୁଲରେ ଶିଶୁ ବାଟିକାର ଶୁଭାରମ୍ଭ ନିମନ୍ତେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଚକ୍ରଧର ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ଭଦ୍ରକ ବ୍ଲକ ଚେୟାରମ୍ୟାନ୍ ଉର୍ମିଳା ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ଶିକ୍ଷାନୀତି-୨୦୨୦ ଅନୁାୟୀ ଶିଶୁ ବାଟିକାର ଗୁରୁତ୍ୱ ଆରୋପ କରିଥିଲେ । ଶିକ୍ଷକ ରବିନାରାୟଣ ମହାନ୍ତି ସ୍ୱାଗତ ଭାଷଣ କ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଆରସିସି ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ସମ୍ମାନିତଅତିଥି  ପ୍ରଧାନଶିକ୍ଷକ ପ୍ରଶାନ୍ତ  ସାହୁ, ସିଆରସିସି ରଚନା ପାଲ, ୮ନଂ ୱାର୍ଡ଼ କାଉନ୍ସିଲର ସ୍ୱାଗତିକା ନାୟକ, ମାନସ ଚକ୍ର, ସୁବାସିନି ଖିଲାର, ଦୀଲ୍ଲିପ କବାଟ ପ୍ରମୁଖ ଯୋଗଦେଇଥିଲେ ।