ତାଳଚେର ଓକିଲ ସଂଘ ପକ୍ଷରୁ ଶିକ୍ଷାମନ୍ତ୍ରୀଙ୍କୁ ଦାବିପତ୍ର

 ତାଳଚେର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ତାଳଚେର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ତାଳଚେର ଓକିଲ ସଂଘ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିବା ଅବସରରେ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍କୁ ପୂର୍ଣ୍ଣାଙ୍ଗ ରୂପ ଦେଇ ଏ ବର୍ଷ ଠାରୁ ଡାକ୍ତରୀ ଶିକ୍ଷା ପାଠ୍ୟକ୍ରମ ଆରମ୍ଭ କରିବା ଓ ତାଳଚେର ପବିତ୍ର ମୋହନ ମେଡିକାଲ୍ କଲେଜ୍ରେ ପାଠପଢ଼ା ଓ ଚିକିତ୍ସା ଆରମ୍ଭ କରିବା ପାଇଁ ଓକିଲ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦାବିପତ୍ରକୁ ଗ୍ରହଣ କରି ସକରାତ୍ମକ ଉତ୍ତର ଦେଇଥିଲେ ବୋଲି ସଂଘର ସଭାପତି ସନ୍ତୋଷ କୁମାର ସାହୁ ଓ ସଂପାଦକ ମାନସ ରଂଜନ ବାଇ ସୂଚନା ଦେଇଛନ୍ତି ।