କୋଇଲା ୱାଗନରେ ପାଲ ଭିଡ଼ାଯାଉ

 ତାଳଚେର :  ମହାନଦୀ କୋଇଲା ଠିକାଶ୍ରମିକ ପକ୍ଷରୁ ୨୦୧୭-୧୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଳଚେର ପରିବେଶ ସୁରକ୍ଷା ଓ ବାୟୁ ପ୍ରଦୁ୍ୟଷଣ ରୋକିବା ନେଇ କୋଇଲା ପରିବହନ କରୁଥିବା ରେଳୱାଗନ ଗୁଡିକରେ ପାଲଭିଡିବା ନିମନ୍ତେ ନିଦେ୍ର୍ଦଶ ଦେବାକୁ ଜିଲ୍ଳା ପ୍ରଶାସନ ଏମସିଏଲ ଓ ରେଳବିଭାଗକୁ ବାରମ୍ବାର ଅବଗତ କରାଯାଉଛି  । ଗତ ୧୩ ଜାନୁଆରୀ ୨୦୨୧ ମସିହାରେ ଏନେଇ ଶାନ୍ତିପୂର୍ଣ୍ଣଭାବେ ୟୁନିୟନ ପକ୍ଷରୁ ଗଣଧାରଣା ଦିଆଯାଇଥିଲା  । ମାତ୍ର ମିଥ୍ୟା ଅଭିଯୋଗ ଦର୍ଶାଇ ଗିରଫ କରି ଜେଲ ହାଜତକୁ ପଠାଇଥିଲେ ବୋଲି ସେମାନେ ଏହା ପ୍ରକାଶ କରିଛନ୍ତି  । ରେଳବିଭାଗ ୱାଗନ ଗୁଡିକରେ କୋଇଲା ପରିବହନ ବେଳେ ପାଲଭିଡି ଯାତାୟତ କରିବାକୁ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଗେଜେଟ୍ ନୋଟିଫିକେସନ୍ ଜାରି କରିଛନ୍ତି  । କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ରେଳ ଏବଂ କୋଇଲାମନ୍ତ୍ରୀ ଥିବା ବେଳେ ରେଳୱାଗନ ଗୁଡିକରେ ପାଲଭିଡିବାକୁ ନିଦେ୍ର୍ଦଶ ଦେଇଥିଲେ  । ତାଳଚେର ଅଞ୍ଚଳକୁ ଛାଡିଦେଲେ ଅନ୍ୟ ଅଞ୍ଚଳରୁ ୱାଗନ ଯୋଗେ କୋଇଲା ପରିବହନ ବେଳେ ପାଲଭିଡା ଯାଉଥିବା ବେଳେ ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି  । ଏନେଇ ସଂଘ ପକ୍ଷରୁ ଏଆରଏମ୍ଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଆଗାମୀ ଦିନରେ ଅର୍ଥନୈତିକ ଅବରୋଧ କରାଯିବା ନେଇ ଶ୍ରମିକନେତା ତଥା ସଂଘର ସଭାପତି  ରାଜ କିଶୋର ସାହୁ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଛନ୍ତି  । ଏଥିପାଇଁ ଏମସିଏଲ କର୍ତ୍ତୃପକ୍ଷ ଏବଂ ରେଳବିଭାଗ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି କହିଛନ୍ତି  ।