ପୁଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ଧର୍ମଶାଳା : ଏଠାକା ପୁଲିସ ପକ୍ଷରୁ ନୂତନ ଭାବେ ପ୍ରଣୀତ ଆଇନ୍ ଏବଂ ନିଶା ନିବାରଣ ସଂପର୍କରେ ଏକ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଧର୍ମଶାଳା ଥାନା ଅଧିକାରୀ ରଞ୍ଜନ କୁମାର ମାଝୀ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ନୂତନ ଭାବେ ପ୍ରଣୀତ ଆଇନ୍ ସଂପର୍କରେ ଅବଗତ କରାଇଥିଲେ । ପୂର୍ବରୁ ଥାନାରେ ଆଇନ ଅନୁଯାୟୀ ଯେ କୌଣସି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯାଉଥିଲା ପରେ କୋର୍ଟରେ ଏହାର ବିଚାର କରାଯାଇ ତାଙ୍କୁ ଛଡ଼ା ଯାଉଥିଲା । ଯାହା ଫଳରେ ସାଧାରଣ ଲୋକମାନେ ଏଥିରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏବେ ପ୍ରଦତ୍ତ ଦଫା ଗୁଡ଼ିକରେ ୭ବର୍ଷରୁ କମ୍ ସଜା ହେଉଥିବା ମାମଲାରେ ଅଭିଯୁକ୍ତକୁ ଗିରଫ କରାନଯାଇ ତାଙ୍କୁ ଆଇନ୍ ଅନୁଯାୟୀ ନୋଟିସ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଏହିଭଳି ବିଭିନ୍ନ ପ୍ରକାର ନୂତନ ପ୍ରଣୀତ ଆଇନ୍ ସମ୍ପର୍କରେ ଅବଗତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ, ଏସଆଇ ରମାକାନ୍ତ ନାୟକ, ଏସଆଇ କୈଳାସ ଭଦ୍ର,ଏଏସଆଇ ବିଜୟ ବେହେରା ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ ।