ଶ୍ରମିକଙ୍କୁ ବାକିଆ ପାଉଣା ଦେଉନି ବନ ବିଭାଗ

 ସୁକିନ୍ଦା : ଶ୍ରମିକଙ୍କୁ ବାକିଆ ପାଉଣା ଦେଉନି ବନ ବିଭାଗ । ପାଉଣା ପାଇଁ ବାରମ୍ବାର ବିଭାଗର ଦ୍ୱାରସ୍ତ ହେଉଥିଲେ ବି ଆଜିକାଲି କହି ଭଣ୍ଡେଇ ଚାଲିଛନ୍ତି । ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ପାଞ୍ଚମାର ବାକିଆ ପାଉଣା ପାଇଁ ଆଜି ବନ ବିଭାଗ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ସଂଖାଧିକ ଶ୍ରମିକ ମଙ୍ଗଳବାର ଅପରାହ୍ନ ୫ ଘଟିକା ସମୟରେ ସୁକିନ୍ଦା ବନ ବିଭାଗ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇ  ଧାରଣା ଦେଇଥିଲେ ।  ସୁକିନ୍ଦା ବନ ବିଭାଗ ରେଞ୍ଜର ଦେବେନ୍ଦ୍ର ମାଝୀଙ୍କୁ ପଚାରିବାରୁ ସେ ଦୁଇ ଦିନ ମଧ୍ୟରେ ସମସ୍ୟାର ସମାଧାନ କରି ଶ୍ରମିକ ମାନଙ୍କର ବକେୟା ପାଉଣା ପ୍ରଦାନ କରିବେ ବୋଲି କହିଥିଲେ ।