ସ୍କୁଲ ଖୋଲିବା ଦାବିରେ, ବିଦ୍ୟାଳୟ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ 

ସ୍କୁଲ ଖୋଲିବା ଦାବିରେ, ବିଦ୍ୟାଳୟ ଆଗରେ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ 


ବାହାନଗା: ଏହି ବିଦ୍ୟାଳୟ ୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିଲା । ଚଳିତ ବର୍ଷ ଏହି ସ୍କୁଲରେ ଷଷ୍ଠ ଶ୍ରେଣୀରେ ୨୪ ଓ ସପ୍ତମ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ହେଲେ ଏହାକୁ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦେଇ ସାରିଛି ଶିକ୍ଷା ବିଭାଗୟ ଏହା ଏକ ଅନୁଦାନପ୍ରାପ୍ତ ସ୍କୁଲ ହୋଇଥିବା ବେଳେ ପ୍ରଧାନ ଶିକ୍ଷକ ଓ ଜଣେ ସହକାରୀ ଶିକ୍ଷକ ୩ ବର୍ଷ ତଳୁ ଅବସର ନେଇ ସାରିଛନ୍ତି । ସେମାନେ ଅବସର ନେବାପରେ ଶିକ୍ଷାଦାନ ପାଇଁ ୨ଜଣ ଶିକ୍ଷକଙ୍କୁ ଡେପୁଟେସନରେ ନିଯୁକ୍ତ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ଜାନୁୟାରୀ ମାସରେ ସ୍କୁଲଟିକୁ ବନ୍ଦ କରିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । କେବଳ ପରୀକ୍ଷା ପାଇଁ ସ୍କୁଲଟି ଖୋଲା ରହିଥିଲା । ଭୋଗରାଇ ବିଇଓ କହିଛନ୍ତି, ନିୟମ ଅନୁସାରେ ଅନୁଦାନପ୍ରାପ୍ତ ଏମ୍ଇ ସ୍କୁଲ ସେ ପର୍ଯ୍ୟନ୍ତ ରହିବ, ଯେପର୍ଯ୍ୟନ୍ତ ସେଠାରେ ଶିକ୍ଷକମାନେ ରହିଥିବେ । କଣ୍ଟାବଣି ସ୍କୁଲର ଦୁଇ ଜଣ ଯାକ ଶିକ୍ଷକ ୩ ବର୍ଷ ତଳୁ ଅବସର ନେଇସାରିଛନ୍ତି । ନିୟମ ଅନୁଯାୟୀ, ଯେଉଁ ବର୍ଷ ଶିକ୍ଷକମାନେ ଅବସର ନେଇଗଲେ ସେହି ବର୍ଷ ସ୍କୁଲଟିର ସ୍ୱୀକୃତି ରଦ୍ଦ କରି ଦେବା କଥା । ଯଦି ସେହି ସ୍କୁଲଟିର ସେଠାରେ ଆବଶ୍ୟକତା ଅଛି, ତା'ହେଲେ ସେଠି ଯେଉଁ ପ୍ରାଇମେରି ସ୍କୁଲ ଅଛି, ତାକୁ ଅପଗ୍ରେଡେସନ କରି ଦେବାର ଆବଶ୍ୟକତା ଥିଲା । କିନ୍ତୁ ତାହା ହୋଇନଥିଲା । ଗତ ଜାନୁଆରୀ ମାସରେ ସେହି ସ୍କୁଲର ସ୍ୱୀକୃତି ରଦ୍ଦ କରି ଦିଆଯାଇଥିଲା । ତେବେ ଯେହେତୁ ଜାନୁଆରୀ ମାସ ପରେ ପରୀକ୍ଷା ଥିଲା, ତେଣୁ ସ୍କୁଲଟିକୁ ବନ୍ଦ କରାଯାଇ ନଥିଲା । ଏବେ ପରୀକ୍ଷା ସରିଯାଇଛି, ତେଣୁ ଆମେ ତାକୁ ବନ୍ଦ କରି ଦେଇଛୁ । ହେଲେ ସବୁଦିନ ପାଇଁ ଯେ ସ୍କୁଲଟିକୁ ଯେ ବନ୍ଦ କରି ଦେଇଛୁ, ସେକଥା ନୁହେଁ । ସେଠାରେ ସେହି କ୍ୟାମ୍ପରେ ପ୍ରାଥମିକ ବିଦ୍ୟାଳୟଟିଏ ଅଛି । ତା' ଆଖପାଖରେ ଏମଇ ସ୍କୁଲ ନାହିଁ । ତେଣୁ ସେହି ପ୍ରାଥମିକ ବିଦ୍ୟାଳୟକୁ ଅପଗ୍ରେଡ୍ କରି ସେଠାରେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ଖୋଲିବାକୁ ଆମେ ପ୍ରସ୍ତାବ ଦେବୁ । ଆସନ୍ତା ବର୍ଷକୁ ୬ଷ୍ଠ ଖୋଲାଯିବ । ତା' ପର ବର୍ଷକୁ ୭ମ ଆଉ ତା' ପର ବର୍ଷକୁ ୮ମ ଖୋଲାଯିବ । ଅଭିଭାବକମାନେ ଏବେ ସେମାନଙ୍କ ପିଲାମାନଙ୍କୁ ପାଖରେ ଯେଉଁ ସ୍କୁଲ୍ ଅଛି, ସେଠାରେ ନାମ ଲେଖାଇ ଦିଅନ୍ତୁ । ଯେତେବେଳେ ସେମାନଙ୍କ ଗାଁରେ ୬ଷ୍ଠ ଶ୍ରେଣୀ ଖୋଲିଯିବ, ସେତେବେଳେ ସେମାନେ ପିଲାମାନଙ୍କର ଟିସି ଆଣି ନାଁ ଲେଖାଇ ପାରିବେ । ନିର୍ବାଚନ ଶେଷ ହେବା ପରେ ପ୍ରକ୍ରିୟା ଆରମ୍ଭ ହେବ । ଆମେ ପ୍ରପୋଜାଲ ଦେଇ ଦେବୁ । ସରକାର ଯଦି ·ହିଁବେ ୬,୭,୮ ଶ୍ରେଣୀ ଖୋଲିବେ ଓ ଛାତ୍ରଛାତ୍ରୀମାନେ ତା'ର ସୁଫଳ ପାଇବେ ।