ଦକ୍ଷିଣ ଓଡିଶାର ଭିତ୍ତିଭୂମି ବିକାଶ ନେଇ ଦାବିପତ୍ର

 ଆସିକା : ଦକ୍ଷିଣ ଓଡିଶା ରେଳପଥ ଓ ସାମୁହିକ ଭିତିଭୂମି ବିକାଶ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜପଥ ପ୍ରଶସ୍ତିକରଣ, ରେଳପଥ ନିର୍ମାଣ, ନଦୀ ଜଳକୁ ସଂଯୋଗୀକରଣ, ଶିକ୍ଷା ଅନୁଷ୍ଠାନର ପୁନଃ ଉଦ୍ଧାର ସମେତ ଅନେକ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ବିଡିଓଙ୍କ କାର୍ଯ୍ୟଳୟରେ ଉପସ୍ଥିତ ଏଡିଏମ୍ ପ୍ରମୋଦ ପୃଷ୍ଟିଙ୍କୁ ପ୍ରଦାନ କରିଥିଲେ । ଏହି ଦାବିପତ୍ରରେ ଦକ୍ଷିଣ ଓଡ଼ିଶାର ବିକାଶ ନିମନ୍ତେ ବ୍ରହ୍ମପୁର ଅଂଚଳର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ, ଆସିକା ଭଳି ଏକ ଦକ୍ଷିଣ ଓଡିଶାର ଅନ୍ୟ ଏକ ପ୍ରାଣ କେନ୍ଦ୍ରର  ଭିତ୍ତିଭୂମିର ବିକାଶ  ଉପରେ ଦାବିପତ୍ରରେ ନ ଥିବାରୁ ଅନେକ ବୁଦ୍ଧିଜୀବୀ ଏହାକୁ ନା ପସନ୍ଦ କରିଛନ୍ତି । ଦକ୍ଷିଣ ଓଡ଼ିଶାର ବିକାଶରେ ଆସିକାକୁ ଅବହେଳିତ ହେଉଥିବା ନେଇ ଅନେକ ନେତାମତ ରଖିଥିଲେ । ଆସିକା ଏକ ସଂସଦୀୟ କ୍ଷେତ୍ର ହୋଇ ରହିଛି । ସମବାୟ ନଗରୀ ରୂପେ ପରିଚିତ ଥିବା ଆସିକା ସହରରୁ ବୁଡି ଯାଉଥିବା ସମବାୟ ଅନୁଷ୍ଠାନକୁ ଜୀବିତ ରଖିବା, ଋଷିକୂଲ୍ୟାର ଜଳକୁ ବିଭିନ୍ନ କମ୍ପାନୀକୁ ନ ଦେଇ ଚେକ୍ଡେମ କରି ଭବିଷ୍ୟତ ପାଇଁ ଚାଷ ଓ ପାନୀୟ ଜଳ ପାଇଁ ସଂରକ୍ଷଣ ରକ୍ଷା କରିବା, ସର୍ବ ପୁରାତନ ସୂତାକଳକୁ ଚାଲୁ କରାଗଲେ ଅନେକ ବେକାରୀ ରୋଜଗାର ପାଇବାର ସୁବିଧା, କୃଷି ଭିତିକ ଆସିକା ଅଂଚଳ ରେ ଶୀତଳ ଭଣ୍ଡାର, କୃଷି ଓ ବୈଷୟିକ ବିଦ୍ୟାଳୟ ପ୍ରତିଷ୍ଠା, ଏଏନ୍ଏମ ଓ ଜିଏନ୍ଏମ ତାଲିମ ଅନୁଷ୍ଠାନ, ସରକାରୀ ଆଇଆଇଟି ଖୋଲିବା, ବିମାନ ଚଳାଚଳ ଭଳି ବିକାଶ ମୂଳକ ପ୍ରସଙ୍ଗ ସ୍ଥାନ ନ ଥିବାରୁ ଅନେକ ଜ୍ଞାନୀ, ଗୁଣି, ବୁଦ୍ଧିଜୀବୀ ମନରେ ଆଶଙ୍କା ଆସିଯାଇଛି  । ଦକ୍ଷିଣ ଓଡିଶା ର ବିକାଶ ମାନେ କଣ ଆସିକା ଅବହେଳିତ ହୋଇ କେବଳ ବ୍ରହ୍ମପୁରର ଉନ୍ନତି ହେବା ଜରୁରୀ । ଦକ୍ଷିଣ ଓଡିଶା ରେଳପଥ ଉନ୍ନୟନ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହକ ସରୋଜ ରଞ୍ଜନ ପଟ୍ଟନାୟକ,  ଡ. ବାଳକୃଷ୍ଣ ପଣ୍ଡା , ବିନୋଦ ଠାକୁର, ରାଜେନ୍ଦ୍ର ପଣ୍ଡା, ପ୍ରିତିଶ କୁମାର ପାଣିଗ୍ରାହୀ, ପ୍ରବୀଣ ପଟ୍ଟନାୟକ, ଲଷ୍ମୀ ନାରାୟଣ ପାଢ଼ୀ, ଅମ୍ବିକା ପଣ୍ଡା, ରାଜେନ୍ଦ୍ର ପଣ୍ଡା, ଆଇନଜୀବୀ  ଦିଲ୍ଲୀପ ପାଣିଗ୍ରାହୀ, ବିଦେଶୀ ନାୟକ, ଜିଲ୍ଲା ପରିଷଦ ସଦସ୍ୟ ଅନିମା ପରିଡା, ବହୁ ମୁଖି ସମବାୟ ସମିତି ସଭାପତି କାର୍ତ୍ତିକେଶ୍ୱର ପରିଡା, ପୂର୍ବତନ ଆସିକା ସମିତି ଉପାଧ୍ୟକ୍ଷ ଅନିଲ ନାହାକ, ପୂର୍ବତନ ସରପଞ୍ଚ ଭାଗବାନ ପ୍ରଧାନ, ସମେତ ଇନ୍ଦିରା ମଣି ପଟ୍ଟନାୟକ, ମାନସ ରଞ୍ଜନ ପାତ୍ର , ସୁଜିତ ତ୍ରିପାଠୀ , ସୂର୍ଯ୍ୟ ନାରାୟଣ ବେହେରା, ଦୀପକ ପଣ୍ଡା , ପ୍ରମୁଖ ଉପସ୍ଥିତ ରହିଥିଲେ ।