ଦମ୍ପତ୍ତିଙ୍କ ନିକଟରୁ ୨ଲକ୍ଷ ଲୁଟ୍
ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ବଇଞ୍ଚଖୁଣ୍ଟା ଗ୍ରାମର ବରେନ୍ଦ୍ର ପରିଡା ଓ ତାଙ୍କ ପତ୍ନୀ ଖଇରା ବଜାର ସ୍ଥିତ ୟୁକୋ ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇ ଘରକୁ ଯାଉଥିବା ବେଳେ ଦୁର୍ବୃର୍ତ୍ତମାନେ ଲୁଟି ନେଇଥିବା ନେଇ ଖଇରା ଥାନାରେ ଅଭିଯୋଗ ହୋଇଛି । ଖଇରା ପୋଲିସ ୟୁକୋ ବ୍ୟାଙ୍କ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରସ୍ତୁତି ଚଳାଇଛି । ବରେନ୍ଦ୍ର ଓ ତାଙ୍କ ପତ୍ନୀ ଶୁକ୍ରବାର ପୂର୍ବାହ୍ନ ସମୟରେ ଟଙ୍କା ଉଠାଇ ବଜାର ସୌଦା ସାରି ଘରକୁ ଫେରୁଥିବା ବେଳେ କଡମିଆଁ ଛକ ହନୁମାନ ମନ୍ଦିର ନିକଟରେ ୨ଜଣ ଯୁବକ ବାଇକ୍ରେ ଆସି ଟଙ୍କା ଥିବା ବ୍ୟାଗଟିକୁ ଛଡାଇ ନେଇଥିଲେ ।