ମହିଳାଙ୍କ ଗାଡ଼ି ପୋଡ଼ିବା ଘଟଣା, ଆସାମୀକୁ ଗିରଫ ଦାବି
ଛେଣ୍ଢିପଦା: ଅନୁଗୋଳ ଜିଲ୍ଲା କଣିହାଁ ଥାନା ଅଧୀନରେ ଥିବା ବଡ ଗୁଣ୍ଡୁରିରେ ଗାୟତ୍ରୀ ଫ୍ଲାଏ ଅଶ୍ର ମାଲିକାଣୀ ପାଞ୍ଚାଳୀ ସାହୁଙ୍କ ବୁଲେଟ ଓ ସ୍କୁଟିକୁ ଗତ ଶନିବାର କୌଣସି ଦୃର୍ବୃତ୍ତ ମାନେ ପୋଡି ପାଉଁଶ କରି ଦେଇଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ଆସାମୀକୁ ଗିରଫ କରିପାରିନାହିଁ । ସିସି କ୍ୟାମେରାରେ ରେକର୍ଡ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି ଯେ, ସେଦିନ ସେ ଅଞ୍ଚଳରେ ପୁଲିସର ଦୁଇ ଦୁଇଟି ଗାଡ଼ି ଥିଲା । କଣିହାଁ ଆଡୁ ପାଞ୍ଚାଳୀ ସାହୁ ଘର ଦେଇ ଗଲାବେଳେ ଲାଲ୍ରଙ୍ଗର ଲାଇଟ୍ ଲିଭେଇ ଯାଇଥିବା ବେଳେ ଫେରିଲା ବେଳେ ଲାଇଟ୍ ଲଗାଇ ପ୍ରଥମ ଗେଟ ପାଖରେ ଟିକେ ଗାଡ଼ି ଅଟକାଇ ଥିଲା । ତୃତୀୟ ଗେଟ ପାଖରେ ଦୀର୍ଘ୍ ସମୟ ପର୍ଯ୍ୟନ୍ତ ଅଟକି ରହିଥିଲା ଭଳି କ୍ୟାମେରାରେ ଦେଖାଯାଉଥିବାର ଭିଡିଓ ଗଣମାଧ୍ୟମ ପ୍ରତିନିଧିକୁ ଦେଖାଇଥିବା ବେଳେ ପୁଲିସ ଜାଣିଶୁଣି ଏଭଳି କରିଥାଇ ପାରେ ବୋଲି ପାଞ୍ଚାଳୀ ଅଭିଯୋଗ କରିଛନ୍ତି । ଦୃର୍ବୁତ୍ତ ମାନେ ଟ୍ରକ୍, ଟ୍ରାକ୍ଟରକୁ ନ ପୋଡ଼ି ମୋ ଘର ସମ୍ମୁଖରେ ଥିବା ଗାଡ଼ି ପୋଡ଼ିବାର କିଛି କାରଣ ନାହିଁ ବୋଲି ସେ କହିଛନ୍ତି । ତେବେ ଆସାମୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିବା ସହ ଏନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହିତ ଗୃହ ବିଭାଗ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଅଭିଯୋଗକାରିଣୀ ପାଞ୍ଚାଳୀ ସାହୁ ଗଣମାଧ୍ୟମ ମାଧ୍ୟମରେ ଗୁହାରି କରିଛନ୍ତି ।