ପୌର ଉପାଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ


ାା ପ୍ରଭାନୁ୍ୟଜ୍ ।ା ପାରାଦୀପ: ଅଗଷ୍ଟ ୧୪ ତାରିଖ ରାତିରେ ଅଠରବାଙ୍କୀ ଲକପଡାସ୍ଥିତ ପାରାଦୀପ ପୌର ଉପାଧ୍ୟକ୍ଷା ଛବିଲତା ରାଉତଙ୍କ ବାସଭବନ ସମ୍ମୁଖରେ ୮ ଜଣ ଯୁବକ  ଅଚାନକ ଗଣ୍ଡଗୋଳ କରିବା ସହିତ ଏଥିରେ ପ୍ରତିବାଦ କରିବା ଫଳରେ ଉପାଧ୍ୟକ୍ଷା ଛବିଲତା ରାଉତ ଓ ତାଙ୍କ ସ୍ୱାମୀ ନରହରୀ ରାଉତଙ୍କ ଉପରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ  । ଆକ୍ରମଣରେ  ଗୁରୁତର ଆହତ ହୋଇଥିବା ପୌର ଉପାଧ୍ୟକ୍ଷା ଛବିଲତା ରାଉତ ବିଜୁ ମେମୋରିଆଲ ହସପିଟାଲରେ  ପ୍ରାଥମିକ ଚିକିତ୍ସା ପରେ ନିଜ ଘରକୁ ଫେରିଥିବାବେଳେ ସ୍ୱାମୀ ନରହରି ରାଉତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତରୀତ କରାଯାଇଛି  । ଘଟଣା ସମ୍ପର୍କରେ ପରିବାର ପକ୍ଷରୁ ପାରାଦୀପ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବାର ଦୁଇ ଦିନ ପରେ କୁଜଙ୍ଗ ଥାନା ଅନ୍ତର୍ଗତ କାଳିଆପାଟ ଗ୍ରାମର ବିଶ୍ୱଜିତ ସାମଲ ଓରଫ ନାଳୁଆକୁ ପୁଲିସ ଗିରଫ କରିଥିବା ବେଳେ ଘଟଣା ଘଟିଯିବାର ୧୧ ଦିନ ପରେ କୁଜଙ୍ଗ ଥାନା ଅନ୍ତର୍ଗତ ଷଣ୍ଢପୁର ଗ୍ରାମର ପୃଥୀରାଜ ସାମନ୍ତରାୟ ଓରଫ ରନିଆ, ସଂଗ୍ରାମ ସାମନ୍ତରାୟ ଓରଫ କାଳିଆ ଓ ଜଟାଧାର ମୁହାଁଣ ଥାନା ଅଧୀନ ଷଣ୍ଢକୁଦ ବସ୍ତିର  ଆଶୁତୋଷ ମଲ୍ଲିକ ଓରଫ ରାଜାକୁ ପୃଥକ ସ୍ଥାନରୁ ଗିରଫ କରି ରବିବାର ପୁଲିସ କୋର୍ଟ ଚାଲାଣ କରିଛି  । ତେବେ ଏବେ ବି ପୁଲିସ ପାଇଁ ଅପହଞ୍ଚ ଥିବା  ଘଟଣାର ମୁଖ୍ୟ  ଅଭିଯୁକ୍ତ  ଆକାଶ ସାମନ୍ତରାୟ ଓରଫ ବଣ୍ଟିଙ୍କ ସମେତ  ଅନ୍ୟ ୩ ଜଣଙ୍କୁ ଗିରଫ କରିବା ଉଦ୍ୟମ ଜାରି ରହିଥିବା ପାରାଦୀପ ଆଦର୍ଶ ଥାନା ଅଧିକାରୀ ସୂଚିତ୍ରବୀର୍ଯ୍ୟ ଦାସଙ୍କ ସୂତ୍ରରୁ ପ୍ରକାଶ  ।