ଦଲାଲଙ୍କ କବଜାରେ ଏମସ୍ ହସ୍ପିଟାଲ ;  ଧରାପଡ଼ିଲେ ୫ ଦଲାଲ

ଦଲାଲଙ୍କ କବଜାରେ ଏମସ୍ ହସ୍ପିଟାଲ ;  ଧରାପଡ଼ିଲେ ୫ ଦଲାଲ

  • ଭୁବନେଶ୍ୱର, ୨୪ା୮ : ଏମସ୍ ହସ୍ପିଟାଲ ଆରମ୍ଭ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦଲାଲଙ୍କ କବଜାରେ ରହିଛି ହସ୍ପିଟାଲ । ବିଭିନ୍ନ ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଥିବା ରୋଗିଙ୍କୁ ମାଗଣା ଟିକେଟ୍ ବଦଳରେ ୨ ହଜାରରୁ ୫ ହଜାର ଟଙ୍କାରେ ବିକ୍ରି କରି ଲୁଟୁଛନ୍ତି ଦଲାଲ । ଉପାୟ ସୁନ୍ ହୋଇ ଦଲାଲଙ୍କ ଜାଲରେ ରୋଗି ଟି ଫସିବା ସହ ହଜାର ହଜାର ଟଙ୍କା ହରାଇ ବସୁଛି । ଯାହା ହସ୍ପିଟାଲରେ ମାଗଣାରେ ଟିକେଟ୍  ସହ ଚିକିତ୍ସା ମଧ୍ୟ ହୋଇପାରିଥାନ୍ତା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୁଲିସ ଆଜି ହସ୍ପିଟାଲ ଅଞ୍ଚଳରେ ଚଢ଼ାଉ କରି ୫ଜଣ ଟିକେଟ୍ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
     ସୂଚନା ଯୋଗ୍ୟଯେ, ଭୁବନେଶ୍ୱର ଏମସ୍ ହସ୍ପିଟାଲକୁ ଚିକିତ୍ସିତ ପାଇଁ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ରୋଗି ମାନଙ୍କୁ ମିଳୁନାହିଁ ମାଗଣା ଟିକେଟ୍ । ରାତି ୧୨ଟାରୁ ସକାଳ ପର୍ଯ୍ୟନ୍ତ ଲମ୍ବା ଧାଡିରେ ରହି ମଧ୍ୟ ଏଭଳି ଅସୁବିଧାର ସମୁଖିନ ହେଉଛନ୍ତି ରୋଗି । ଏହାର କାରଣ ଏମସ୍ ହସ୍ପିଟାଲରେ ମାତିଛନ୍ତି ଟିକେଟ୍ ଦଲାଲ । ଫାଣ୍ଡି ପୁଲିସକୁ ହାତଗୁଞ୍ଜା ଦେଇ ୧୦ ଟଙ୍କାରେ ଟିକେଟ୍ କିଣି ୨ ହଜାରୁ ୫ ହଜାର ଟଙ୍କାରେ କରୁଛନ୍ତି ଟିକେଟ୍ ବିକ୍ରି । ଏହାସହ ଏହାକୁ ଯିଏ ପ୍ରତିବାଦ କଲା ତାକୁ ଦେଉଛନ୍ତି ଧମକ । ଏନେଇ ଏମସ୍ ଭିତରେ ରହିଥିବା ପୁଲିସ ଫାଣ୍ଡିରେ ଅଭିଯୋଗ କଲେ ଫାଣ୍ଡି ଅଧିକାରୀ ପୁରା ନିଦ୍ରାରେ । ଏହାସହ ହସ୍ପିଟାଲରେ ରୋଗିଙ୍କ ସମ୍ପର୍କୀୟ ମାନଙ୍କ ଗାଡି ଗୁଡ଼ିକ ଏମସ୍ ଭିତରେ ରହିଥିବା ପାର୍କିଂ ଭିତରୁ ଚୋରି ହେଉଛି । ହେଲେ ଘଟଣାକୁ ଚାପି ଦେଉଛନ୍ତି ଏମସ୍ ହସ୍ପିଟାଲ ପୁଲିସ ଫାଣ୍ଡି ଦାୟିତ୍ୱରେ ଥିବା ଅଧିକାରୀ । ଏଭଳି ବାରମ୍ବାର ଅଭିଯୋଗ ପରେ କିଛି ମାସ ତଳେ କମିଶନରେଟ୍ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଏମସ ହସ୍ପିଟାଲରୁ ଦଲାଲ ମୁକ୍ତ ଅଭିଯାନ । ହେଲେ ଏବେ ପୁଣି ହସ୍ପିଟାଲରେ ମାଳ ମାଳ ଦଲାଲ, ଲୁଟେରା ଓ ଦାଦା । ହେଲେ ଦଲାଲ ମୁକ୍ତ ଅଭିଯାନ ଏବେ ଫୁ ହୋଇଯାଇଛି । ଏହାସହ ଏମସ୍ ହସ୍ପିଟାଲ ଫାଣ୍ଡିରେ ଦିର୍ଘ ଦିନ ହେବ ଗାଦିମାଡି ବସିଥିବା ଅଧିକାରୀଙ୍କ ହୋଇଥିଲା ଡ଼ିସିପି ଅଫିସକୁ ବଦଳି । ହେଲେ ବାବୁ ପୁଣି ବଡ଼ବଡ଼ିଆଙ୍କୁ ତେଲ ମାରି ପୁଣି ସିଧା ଡ଼ିସିପି ଅଫିସରୁ ଏମସ୍ ପୁଲିସ ଫାଣ୍ଡିକୁ ହୋଇଛି ବଦଳି । ଯାହାଫଳରେ ଏଥିରୁ ଜଣାପଡ଼ୁଛି ବାବୁଙ୍କ ଉପର ମହଲାରେ ଭଲ ହାତ ରହିଛି । ହେଲେ ଏହା ଜାଣିବା ଦରକାର ହସ୍ପିଟାଲ କାହା ନିଜର ସମ୍ପତି ନୁହଁ ଯେ ଜଣେ ସେଠାରେ ଘର କରି ରହିବ ଓ ଦଲାଲଙ୍କ ସହ ହାତ ମିଳାଇ ରୋଗିଙ୍କୁ ହଇରାଣ କରିବ । ଯାହାକୁ ନେଇ ବାରମ୍ବାର ହସ୍ପିଟାଲରୁ ଥାନାକୁ ଆସୁଥିବା ବିଭିନ୍ନ ଅଭିଯୋଗକୁ ବାବୁ କୁଆଡେ ସମାଧାନ କରିଦେଇଥାନ୍ତି । ଏହି ଘଟଣାକୁ ନେଇ କିଛିମାସ ତଳେ ବିଭିନ୍ନ ଗଣମାଧ୍ୟମରେ ବାଜିବା ପରେ ଆକ୍ସନ ମୋଡରେ ଆସିଥିଲା କମିଶନରେଟ୍ ପୁଲିସ । ଥାନାର ପୂର୍ବତନ ଅଧିକାରୀଙ୍କ ନେତୃତ୍ୱରେ ହସ୍ପିଟାଲରେ ଚଢ଼ାଉ କରି ୧୦ଜଣ ଦଲାଲଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ହେଲେ ପୁଣି ଯୋଉ କଥାକୁ ସେଇ କଥା ଦେଖାଯାଇଛି । ପୁଣି ହସ୍ପିଟାଲରେ ଟିକେଟ୍ ବ୍ଲାକ ହେଉଥିବା ଥାନାରେ ଅଭିଯୋଗ ପରେ ଆଜି ଖଣ୍ଡଗିରି ଥାନା ଅଧିକାରୀ ଅଭିମନୁ୍ୟ ଦାସଙ୍କ କଡ଼ା ନିଦେ୍ର୍ଦଶ କ୍ରମେ ଥାନାର ସ୍ପେଶାଲ ଟିମ ଚଢ଼ାଉ କରି ୫ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୭ଟି ଟିକେଟ୍, ୪ଟି ମୋବାଇଲ ଓ ୫୦୦ ଟଙ୍କା ଜବତ କରାଯାଇଛି । ଗିରଫ ଅଭିଯୁକ୍ତ ହେଲା, ପାତ୍ରପଡ଼ାର ପ୍ରଦିପ୍ତ କୁମାର ଗୌଡ, ଶୀଦେ୍ଧଶ୍ୱର ବେହେରା,ଏମସ୍ ନଗର ଡ଼ିବିଆର ଗେଷ୍ଟ ହାଉସ  ମାଲିକ ପ୍ରକାଶ ନାୟକ, କର୍ମଚାରୀ ମନିସ୍ ପଟ୍ଟନାୟକ ଓ ଭଦ୍ରକ ଜିଲ୍ଲାର ବିକ୍ରମ କେଶୋରୀ ମଲ୍ଲୀକ୍ ।
     ଅଭିଯୋଗ ପରେ ଖଣ୍ଡଗିରି ଥାନା ପୁଲିସ ୫୭୩ରେ ମାମଲା ରୁଜୁକରି ଦଫା ୩୧୮(୨),୩(୫) ବିଏନ୍ଏସ୍ରେ କୋର୍ଟ ଚାଲାଣ କରିଛି ।