ହାଇସ୍କୁଲରେ ବିଭିନ୍ନ ପ୍ରତିଯୋଗିତା
ହିଞ୍ଜିଳିକାଟୁ: ସରକାରୀ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଆମ ସଂସ୍କୃତି ଆମ ଖେଳଣା, ରାମାନୁଜନ ଗଣିତ କ୍ଲବ, ଅବଦୁଲ କଲାମ୍ ବିଜ୍ଞାନ କ୍ଲବ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା, ସାଧାରଣଜ୍ଞାନ ପ୍ରତିଯୋଗିତା, ବିଜ୍ଞାନ ସେମିନାର ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହ ଛୋଟ ପିଲାଙ୍କ ନିପୁଣ ଭାରତ ମେଳା, ଭାରତୀୟ ଭାଷା ଉତ୍ସବ, ଯୁବ ଏବଂ ସବୁଜ ବାହିନୀଦ୍ୱାରା ଏକକ ବ୍ୟବହୃତ ପ୍ଲାଷ୍ଟିକ୍କୁ ନା, ଆବର୍ଜନା ପରିଚାଳନା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଉତ୍ସବରେ ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଲିଙ୍ଗରାଜ ସେନାପତି, ବିଦ୍ୟାଳୟ ଆଲୁମିନି କମିଟିର ସଭାପତି ଦ୍ୱିତୀକୃଷ୍ଣ ପଣ୍ଡା, ଉପସଭାପତି ପର୍ଶୁରାମ ସାହୁ, ଶିକ୍ଷକ ଅଜୟ ପାଢ଼ି ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ରଜନୀକାନ୍ତ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିବା ସହ ସେମାନଙ୍କ ପ୍ରକଳ୍ପକୁ ପ୍ରଶଂସା ମଧ୍ୟ କରିଥିଲେ ।