ଦିଗହରା ଯାଜପୁର ସହର ବସଷ୍ଟାଣ୍ଡ : ରାସ୍ତାକଡ ପାଲଟିଛି ବିଶ୍ରାମାଗାର
ଯାଜପୁର ସଦର : ପୂର୍ବ ସରକାରଙ୍କ ସମୟରେ ଯାଜପୁର ସହରରେ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରଶାସନ ଦିଗହରା ହେଉଥିବା ବେଳେ, ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେକୌଣସି ସ୍ଥାନ ମାନଙ୍କରେ ବସ୍ ଗୁଡ଼ିକ ରହୁଥିବାରୁ, ଯାତ୍ରୀମାନେ ଦ୍ୱନ୍ଦରେ ପଡିଛନ୍ତି । ବର୍ତମାନ ଗାଡ଼ି ଚଳାଚଳ ରାସ୍ତାରେ ଯାତ୍ରୀ ବିଶ୍ରାମଗାର କରିବା ଅପରିହର୍ଯ୍ୟ ହୋଇପଡ଼ିଥିଲେ ହେଁ, ଏହା ଅଧିକାଂଶ ସ୍ଥାନରେ ଦେଖୁବାକୁ ମିଳୁନି । ଯାହା ଫଳରେ ବର୍ଷା କୁହ କି ଖରା ବା ଶୀତ କାକରରେ ଯାତ୍ରୀ ଯାତ୍ରା କରିବା ନିମନ୍ତେ ରାସ୍ତାକଡେ ଠିଆ ହୋଇ ରହିଥାନ୍ତି । ବାରମ୍ବାର ବିଶ୍ରାମଗାର ନିର୍ମାଣ ଦାବି କରାଗଲେ ବି କେହି କଣ୍ଠପାତ କରୁନାହାନ୍ତି । ସହରରେ ଆଜି ପର୍ଯ୍ୟନ୍ତ ନୂତନ ବସ୍ ଷ୍ଟାଣ୍ଡନାହିଁ । ବିଶ୍ରାମଗାର କଥା ଶୁଣୁଛନ୍ତି କିଏ । ଏବେ ବର୍ଷା ସମୟରେ ଯାତ୍ରୀ ବସ ବା ଅନ୍ୟାନ୍ୟ ଗାଡ଼ିରେ ଯାତ୍ରା କରିବା ନିମନ୍ତେ ରାସ୍ତାକଡ଼େ ଅପେକ୍ଷା କରି ଓଦା ହୋଇଡ଼ୁଥିବାର ଦେଖୁବାକୁ ମିଳିଛି । ଉଦାହରଣ ଭାବେ ଗାନ୍ଧୀଛକ, ମାନସାପୋଲ, କିଅାଁନାଳି ଛକକୁ ନିଆଯାଇପାରେ । ଉକ୍ତ୍ ଛକ ଏକ ପ୍ରମୁଖ ଛକ ଭାବେ ପରିଚିତ । ଏଠାରୁ ବିଭିନ୍ନ ସ୍ଥାନକୁ ଯିବା ଆସିବା ନିମନ୍ତେ ଦୈନିକ ଶହଶହ ଯାତ୍ରୀ ଛକ ଉପରେ ନିର୍ଭର କରିଥାନ୍ତି । ଯେଉଁଠାରେ ବିଶ୍ରାମଗାର ଏକାନ୍ତ ଆବଶ୍ୟକ ରହିଥିବାରୁ ଏନ୍ଏଚ୍ଆଇ କର୍ତୃପକ୍ଷ ହୁଅନ୍ତୁ କି ରାଜନେତାଙ୍କ ଦୃଷ୍ଟି ପଡ଼ୁନାହିଁ । ସହର ମଧ୍ୟରେ କୌଣସି ଏକ ସ୍ଥାନରେ ଯାତ୍ରୀମାନେ ପାଇଁ ବିଶ୍ରାମଗାର ନାହିଁ । ବୁଢ଼ାପୋଲ ଛକରୁ ଦୈନିକ ଯାତ୍ରୀ କଟକ, ଭୁବନେଶ୍ୱର, ପୁରୀ, ପ୍ରଭୃତି ଅଂଚଳକୁ ଯିବା ଆସିବା କରିଥାନ୍ତି । ବିଶ୍ରାମାଗାର ନଥୁବାରୁ ସେମାନଙ୍କୁ ରାସ୍ତା କଡରେ ଠିଆ ହୋଇ ବସକୁ ଅପେକ୍ଷା କରିଥାନ୍ତି । ବର୍ଷା ହେଲେ ଯାତ୍ରୀଙ୍କୁ କୌଣସି ଦୋକାନ ପିଣ୍ଡା କିମ୍ବା କାହା ଘର ଦୁଆରେ ଆଶ୍ରୟ ନେବାକୁ ପଡିଥାଏ । ପ୍ରଚଣ୍ଡ ଖରା ସମୟରେ ମଧ୍ୟ ସମାନ ସ୍ଥିତି । ଏଥିପ୍ରତି ବିଧାୟକ ଏବଂ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରାଯାଇଛି ।