ଦିବଙ୍ଗତ ସଭାପତିଙ୍କ ପୁଣ୍ୟତିଥି 

ଧର୍ମଶାଳା:  ଧର୍ମଶାଳା ପ୍ରେସ କ୍ଲବ୍ର ଦିବଙ୍ଗତ ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ନରହରି ମହାନ୍ତିଙ୍କ ୧୬ତମ ପୁଣ୍ୟତିଥି ପ୍ରେସ କ୍ଲବ ପରିସରରେ ପାଳିତ ହୋଇଯାଇଛି । କ୍ଲବ୍ ସଭାପତି ରମାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ମହେଶ୍ୱର ବଳ, ରାଜ୍ୟ ଜେୟୁଜେ ସଭାପତି କୈଳାଶ ନାୟକ, ଉକ୍ରଳ ସାମ୍ବାଦିକ ସଙ୍ଘ ସମ୍ପାଦକ ବେଣୁଧର ପଣ୍ଡା, ସାମ୍ବାଦିକ ନିଗମାନନ୍ଦ ମହାନ୍ତି ଯୋଗଦେଇ ସ୍ୱର୍ଗତ ନରହରି ମହାନ୍ତିଙ୍କ ଜୀବନୀ ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସ୍ତମ୍ଭକାର ମନୋରଞ୍ଜନ ମହାନ୍ତି, ଡ. ରାଜ କିଶୋର ପାଢୀ, ଡ. ପ୍ରିୟନାଥ ମହାପାତ୍ର, କିଶାନ ପଣ୍ଡା, ସମାଜସେବୀ ମିନତୀ ସାହୁ, ମହିଳା କଲେଜ ଅଧ୍ୟକ୍ଷା ଇନ୍ଦୁପ୍ରଭା ସାମଲ, ଡ. ରୁଦ୍ର ନାରାୟଣ ପୃଷ୍ଟି, ଡ. ପ୍ରଶାନ୍ତ ସ୍ୱାଇଁ, କାହ୍ନୁ ଚରଣ ଦାଶ, ଡ. ମହେଶ୍ୱର ପାଢୀ, ହରିହର ମଲିକ, ବସନ୍ତ ପରିଡା, ପ୍ରେସ କ୍ଲବ ଉପଦେଷ୍ଟା ବଟକୃଷ୍ଣ ପରିଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ଶତପଥୀ ପ୍ରମୁଖ ସ୍ୱର୍ଗତ ନରହରି ମହାନ୍ତିଙ୍କ ନିର୍ଭିକ ସମ୍ବାଦିକତା ଜୀବନୀ ଉପରେ ଆଲୋକପାତ କରିଥିଲେ । କ୍ଲବର ସାଧାରଣ ସମ୍ପାଦକ ଅବିନେଶ୍ୱର ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ, କୋଷାଧ୍ୟକ୍ଷ ଅଖିଳ ସ୍ୱାଇଁ ଅତିଥି ପରିଚୟ ଦେଇଥିଲେ । ପ୍ରାରମ୍ଭରେ ଅତିଥିମାନେ ଦିବଙ୍ଗତ ସଭାପତି ସ୍ୱର୍ଗତ ମହାନ୍ତିଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉପଦେଷ୍ଟା ଇନ୍ଦ୍ରମଣୀ ନାୟକ, ଉପ ସଭାପତି ଗୁଲାମ ଗସ, ସୀତାକାନ୍ତ ସାମଲ, ବିବେକାନନ୍ଦ ରାୟ, କପିଳେନ୍ଦ୍ର  ରାଉତ, ଅକ୍ଷୟ ରାଉତ, ଅନିଲ ନାୟକ, ଅକ୍ଷୟ ରାଉତ, ବିନୋଦ ପରିଡା, ବିକ୍ରମ ମହାନ୍ତି, ଗିରିଧାରୀ ବେହେରା, ବିନୋଦ ବିହାରୀ ସାହୁ, ସୁବ୍ରତ ଜେନା, କିଶୋର ରାଉତ, ପ୍ରଶାନ୍ତ ଗନ୍ତାୟତ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ କରିଥିଲେ । ସହ ସମ୍ପାଦକ ମାନସ ରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।