ମା’ ମାଟିଆ ମଙ୍ଗଳାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ, ଦର୍ଶନ କଲେ ରାଜନେତା

ରାଜନଗର: ମହାବିଷୁବ ପଣା ସଂକ୍ରାନ୍ତୀ ଅବସରରେ ଉପକୂଳ ଓଡିଶାର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ରାଜନଗର ବ୍ଲକ ଚାନ୍ଦିବାଉଁଶମୂଳ ପଞ୍ଚାୟତ ବାରଗାଁର ମା’ ମାଟିଆ ମଙ୍ଗଳାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ରାଉଳମାନେ(ପୂଜକ) ରବିବାର ପ୍ରାତଃ ୩ଟା ସମୟରୁ ମା’ଙ୍କୁ ବଡସିଂହାର ବେଶ କରିଥିଲେ । ୩ଟା ୧୫ରେ ମା’ଙ୍କ ଷୋଡଶ ଉପଚାର ପୂଜା, ଆଳତୀ, ପଣାଭୋଗ ସହିତ ବାଲ୍ୟଭୋଗ କରାଯାଇଥିଲା । ୩ଟା ୨୦ସମୟରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମା’ଙ୍କ ମନ୍ଦିର ଖୋଲାଯାଇଥିଲା । ମଧ୍ୟାହ୍ନ ୧୨ଟା ସମୟରେ ବଡଧୂପ(ଅନ୍ନଭୋଗ) କରାଯାଇଥିଲା । ଏହାପରେ ୧୫ମିନିଟ୍ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା । ୧୨ଟା ୧୫ପରେ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଥିଲା । ସଂନ୍ଧ୍ୟା ୬ଟା ସମୟରେ ସଂନ୍ଧ୍ୟା ଆଳତୀ କରାଯାଇଥିଲା । ରବିବାର ବିଳମ୍ବିତ ରାତି ଯାଏ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଳି ଲାଗି ରହିଥିଲା । ମୁଖ୍ୟ ପୂଜକ ହରେକୃଷ୍ଣ ରାଉଳ, ଜନକର ରାଉଳ, କେଶବ ରାଉଳ, ରଂଜନ ରାଉଳ, ଉମେଶ ରାଉଳ, କାଙ୍ଗାଳୀ ରାଉଳ ପୂଜକ କମିଟିର ସଭାପତି ଅଭିରାମ ରାଉଳଙ୍କ ସହ ରାଉଳ ସଂପ୍ରଦାୟର ସମସ୍ତ ସଦସ୍ୟ ମାଙ୍କ ପୂଜାରେ ନିୟୋଜିତ ଥିଲେ । ପୁଲିସ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ଆଇଆଇସି ଅଜୟକୁମାର ଜେନାଙ୍କ ନେତୃତ୍ୱରେ ସବଇନ୍ସିପେକ୍ଟର ସୈ÷ାମ୍ୟରଂଜନ ଜାଲିଙ୍କ ସହ କର୍ମଚାରୀମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ପୁରୁଷ ଓ ମହିଳାଙ୍କୁ ଦୁଇଟି ଧାଡିରେ ମା’ଙ୍କୁ ଶାନ୍ତି ଶୃଙ୍ଖଳା ମଧ୍ୟରେ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ମାଟିଆ ମଙ୍ଗଳା ଉନ୍ନୟନ କମିଟି ପକ୍ଷରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମାଙ୍କ ସଂପର୍କରେ ସୂଚନା ଦେବା ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ଦର୍ଶନର ସୁଯୋଗ ନେବା ପାଇଁ ଅନୁରୋଧ କରାଯାଇଥିଲା । ଉନ୍ନୟନ କମିଟିର କର୍ମକର୍ତାଙ୍କ ସହ ବାରଟି ଗାଁର ମୁରବୀମାନେ ସାମିଲ ହୋଇ ସହଯୋଗ କରିଥିଲେ । ଲୋକମାନଙ୍କୁ ପ୍ରବର୍ତନା ପରିବାର ପକ୍ଷରୁ ଥଣ୍ଡା ବଟଂନ କରାଯାଇଥିଲା । ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଚାନ୍ଦିବାଉଁଶମୂଳର ୨୦୧୧ ଓ ୨୦୧୨ ମସିହା ମାଟ୍ରିକ୍ ବ୍ୟାଚର ଛାତ୍ରଛାତ୍ରୀମାନେ ଅନ୍ନପ୍ରସାଦ ବଂଟନ କରିଥିଲେ । ଉକôଳ କୃଷକ ସଙ୍ଗଠନ ଓ ଶ୍ରୀରାମ ସେନା ପକ୍ଷରୁ ପ୍ରସାଦ ବିତରଣ କରାଯାଇଥିଲା । ଚାନ୍ଦିବାଉଁଶମୂଳ ପଞ୍ଚାୟତ, ନୋଧାବସନ୍ତ ଯୁବ ପରିଷଦ ଇନ୍ଦୁମତୀ ଶିଶୁ ବିଦ୍ୟାମନ୍ଦିର, ତୁଳସୀକ୍ଷେତ୍ର ହେଲ୍ପ ଫାଉଣ୍ଡେସନ, ମା’ ପାଟ୍ଟକୁମାରୀ ଫର୍ଣ୍ଣିଚର ମହିଷାସୁର, ଆସୁଛି ମୋ କାଳିଆ ସୁନା ଗ୍ରୁପ ଅଫ ଓଡିଶା, ବିନାୟକ ପୂଜା କମିଟି, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଜଗନ୍ନାଥ ୟୁଥକ୍ଲବ, ଆଦିତ୍ୟ ବାହିନୀ, ସାଇନ ଫାଉଣ୍ଡେସନ, ସବୁଜ ବାହିନୀ, ସଂସାରଫଳ ପଞ୍ଚମୁଖୀ ହନୁମାନ କମିଟି, ମା’ ମାଟିଆ ମଙ୍ଗଳା ଫାଇଭଷ୍ଟାର କ୍ଲବ, ସେଣ୍ଟ ଜାଭିୟର ହାଇସ୍କୁଲ ରାଜନଗର, ରିୟଲ କେୟାର ଫାଉଣ୍ଡେସନ କଣି, ନଳିନୀ ମହାନ୍ତି ଫ୍ୟାନକ୍ଲବ, ମା’ ନିମନାହାକାଣୀ ପ୍ରଭୃତି ଅନୁଷ୍ଠାନଗୁଡିକ ପଣା ବିତରଣ କରିଥିଲେ । 
ବିଜେପିର ସାଂସଦ ପ୍ରାର୍ଥୀ ବୈ÷ଜୟନ୍ତ ପଣ୍ଡା, ପ୍ରାକ୍ତନ ବିଧାୟକ ଅଲେଖ କୁମାର ଜେନା, ବିଜେପି ନେତା ଅଜୟ କୁମାର ବେହେରା, ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ଜ୍ଞାନ ବେଉରାଙ୍କ ସହ ଦଳୀୟ ନେତା ଓ କର୍ମୀମାନେ ମା’ଙ୍କ ଦର୍ଶନ କରିଥିଲେ । ସେହିପରି ବିଜୁ ଜନତାଦଳର ସାଂସଦ ପ୍ରାର୍ଥୀ ତଥା ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ବିଧାୟକ ପ୍ରାର୍ଥୀ ଧୃବ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଷ ଚନ୍ଦ୍ର ଗୁଡିଆ, ବ୍ଲକ ବିଜେଡି ସଭାପତି ନିରଂଜନ ରାଉତ, ଦେବେନ୍ଦ୍ର ଜେନା, ମୋହନ ଦାସ, କଂଗ୍ରେସ ନେତା ପ୍ରଶାନ୍ତ କୁମାର ରାଉତ(ଲିପୁ), ଦାମୋଦର ବିଶ୍ୱାଳ ପ୍ରମୁଖ ଦଳୀୟ ନେତା ଓ କର୍ମୀ ଯୋଗଦେଇ ମା’ଙ୍କ ଦର୍ଶନ କରିଥିଲେ ।