ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଘାଟିତ
ସାରସକଣା: ସ୍ଥାନୀୟ ଝାରପୋଖରିଆ ସ୍ଥିତ ସୀମାନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୁଲ୍ୟରେ ୭ ଦିନିଆ ଶୀତକାଳୀନ ସେବା ଶିବିର ଉଦ୍ଘାଟିତ ହୋଇଛି । କଲେଜ ଅଧ୍ୟକ୍ଷ ପ୍ରଦ୍ୟୋତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରକୁ ପାରମ୍ପରିକ ଭାବେ ଅଧ୍ୟକ୍ଷ ପୂର୍ବାହ୍ନ ୧୦ଟାରେ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଥିଲେ । ପରେ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ଏ ଅବସରରେ ଅନୁଷ୍ଠିତ ସଭାକାର୍ଯ୍ୟରେ ଅଧ୍ୟକ୍ଷଙ୍କ ସମେତ କଲେଜର ପୂର୍ବତନ ଅଧ୍ୟକ୍ଷା, କଲେଜ ପରିଚାଳନା କମିଟି ସଭାପତି ଡଃ ଅଞ୍ଜଳି ଦାସ, ପ୍ରାଧ୍ୟାପକ ଡଃ ଅଶୋକ ଶର୍ମା, ପ୍ରାଧ୍ୟାପକ ଅନିଲ ଝା, +୩କାର୍ଯ୍ୟକ୍ରମ ଅଧିକାରୀ ଶରତ ପଢ଼ିଆରୀ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ପ୍ରଦୁ୍ୟମ୍ନ ବସା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । +୨ କାର୍ଯ୍ୟକ୍ରମ ଅଧିକାରୀ ଶିଶିର ପଟ୍ଟନାୟକ ଅତିଥି ପରିଚୟ ଦେବା ସହ ଆସନ୍ତା ୨୬ ପର୍ଯ୍ୟନ୍ତ ୭ଦିନ ଧରି ଚାଲିବାକୁ ଥିବା ଶିବିରର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ।
+୨ରେ ହଜାରେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମାତ୍ର ୫୦ ଜଣ (୩୩ ଜଣ ବାଳିକା ଓ ୧୭ ଜଣ ବାଳକ) ସ୍ୱତନ୍ତ୍ର ଶିବିରରେ ରହିବାକୁ ସୁଯୋଗ ପାଇଥିଲେ । ବ୍ୟକ୍ତିତ୍ୱ ବିକାଶ ଗୋଟିଏ ବିଦ୍ୟାର୍ଥୀର ପାଠପଢ଼ା ସହିତ କେତେ ଆବଶ୍ୟକୀୟ ସେ ସମ୍ପର୍କରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ପୂର୍ବତନ ସ୍ୱେଚ୍ଛାସେବୀ ଦେବାଶିଷ ଖଟୁଆ ଓ ରଘୁନାଥ ମାଝୀଙ୍କ ସହଯୋଗ ଓ ପ୍ରଶିକ୍ଷଣରେ ଶିବିର ଅନୁଷ୍ଠିତ ହେବ ବୋଲି କାର୍ଯ୍ୟକ୍ରମ ଅଧିକାରୀ ଶିଶିର ପଟ୍ଟନାୟକ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଅଧ୍ୟାପିକା ସ୍ୱପ୍ନେଶ୍ୱରୀ ମୁର୍ମୁ, ଜୟନ୍ତୀ ସିଂ, ଆରତୀ ହୋ, ସୁଜାତା ମହାନ୍ତ, ଅଧ୍ୟାପକ ଜଗନ୍ନାଥ ମାଝୀଙ୍କ ସମେତ ଅନ୍ୟମାନେ ପ୍ରମୁଖ ଯୋଗ ଦେଇଥିଲେ ।