ଭରତପୁର ଥାନାରେ ମେଗା ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭରତପୁର ଥାନାରେ ମେଗା ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ


ଭୁବନେଶ୍ୱର, ୮ା୫ : ବିଭିନ୍ନ ଡାକ୍ତରଖାନା ମାନଙ୍କରେ ରକ୍ତର ଅଭାବକୁ ଆଖିଆଗରେ ରଖି ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ରେଡକ୍ରସର ସହଯୋଗରେ ଭରତପୁର ଥାନାରେ ବୁଧବାର ଏକ ମେଗା ରକ୍ତଦାନ ଶିବିର ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଦୈତନଗରୀର ପୁଲିସ କମିଶନର ସଞ୍ଜୀବ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବା ସହ, ଭୁବନେଶ୍ୱର ଡ଼ିସିପି ପ୍ରତୀକ୍ ସିଂହ, କଟକ ଡିସିପି ଡ଼ିଆଇଜି ଆର ପ୍ରକାଶ, ଡିସି ଲଳିତେନ୍ଦୁ ମହାନ୍ତି, ଏସିପି ଜୋନ୍-୩ ତାପସ ପ୍ରଧାନ, ଆଇଆଇସି ଦୀନକୃଷ୍ଠ ମିଶ୍ର ଏବଂ ଏକଜୁ୍ୟଟିଭ କମିଟି ମେମ୍ବର ଦିଲିପ୍ ଦାସ ଶର୍ମାଙ୍କ ଉପସ୍ଥିତିରେ ଏହି ରକ୍ତଦାନ ଶିବିର ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ, ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ପୁଲିସ ବିଭାଗର ବହୁ କର୍ମଚାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ଏହି ରକ୍ତଦାନ ଶିବିରରେ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରର ଆୟୋଜନ ଦ୍ୱାରା ସଂଗ୍ରହ ହୋଇଥିବା ବିଭିନ୍ନ ଗ୍ରୁପ୍ର ମୋଟ ୫୬ ୟୁନିଟ୍ ରକ୍ତ ନିଶ୍ଚୟ ବହୁ ଅସହାୟ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟ ହୋଇପାରିବ । ଭୁବନେଶ୍ୱର ସହରାଞ୍ଚଳ ପୁଲିସର ଏହି ଭଳି ଜନମଙ୍ଗଳ କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବାର ସୂଚନା ହସ୍ତଗତ ହୋଇଛି ।