ଦୁବକଣ ଗ୍ରାମରେ କମ୍ବଳ ବଣ୍ଟନ
ଦଶରଥପୁର : ଏହି ବ୍ଲକ କୟାଁ ପଞ୍ଚାୟତ ଦୁବକଣ ଗ୍ରାମର ଦେବବ୍ରତ ନାୟକଙ୍କ ପକ୍ଷରୁ ରାଧାମୋହନ ମନ୍ଦିର ପରିସରରେ ଗ୍ରାମର ବୟସ୍କ, ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଛି । କମ୍ବଳ ବଣ୍ଟନ କାର୍ଯ୍ୟରେ ଗ୍ରାମର ସ୍ୱେଛାସେବୀ ପ୍ରସନ୍ନ କୁମାର ନାୟକ, କୟାଁ ପୂର୍ବାଞ୍ଚଳ ବିକାଶ ମଞ୍ଚର ସଭାପତି ଜୟପ୍ରକାଶ ନାୟକ ସୁବାସ ମଲ୍ଲିକ, ପଦ୍ମଲୋଚନ ଦାସ ପ୍ରମୁଖ ସହଯୋଗ କରିଥିଲେ । ଏଠାରେ ପ୍ରକାଶ ଥାଉକି ସମାଜସେବୀ ଶ୍ରୀ ନାୟକ ଅଞ୍ଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସହ ଜଡିତଥିବା ବେଳେ ବିଭିନ୍ନ ସମୟରେ ଅସହାୟ, ଗରିବ ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସହଯୋଗର ହାତ ବଢ଼ାଇଥାନ୍ତି । କମ୍ବଳ ବଣ୍ଟନ ଉତ୍ସବରେ ଶତାଧିକ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।