ଦୁର୍ଗମ ଅଞ୍ଚଳରେ ବେଦାନ୍ତର ମୋବାଇଲ ସେବା
ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ପ୍ରମୁଖ ମୋବାଇଲ୍ ସ୍ୱାସ୍ଥ୍ୟ ୟୁନିଟ୍ ସେବା ମାଧ୍ୟମରେ ଓଡ଼ିଶାର ୫୨ ଗ୍ରାମର ୩୫,୦୦୦ରୁ ଅଧିକ ବାସିନ୍ଦାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିଆସୁଛି । ରାୟଗଡା, କଳାହାଣ୍ଡି, ସୁନ୍ଦରଗଡ ଏବଂ ଝାରସୁଗୁଡା ଜିଲ୍ଲାରେ କାର୍ଯ୍ୟକରୁଥିବା ଏହି କମ୍ପାନୀ ଗତ ଦୁଇବର୍ଷ ମଧ୍ୟରେ ୨,୦୦୦ରୁ ଅଧିକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଛି ଯାହା ଅନୁନ୍ନତ ଅଞ୍ଚଳଗୁଡିକରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବାର ଆବଶ୍ୟକତାକୁ ପୂରଣ କରିଛି । ଗ୍ରାମୀଣ ଓଡ଼ିଶାର ସ୍ୱାସ୍ଥ୍ୟ ସେବା ବ୍ୟବଧାନ ପୂରଣ ଉପରେ ଧ୍ୟାନ କେନ୍ଦ୍ରିତ କରି, ଏମଏଚ୍ୟୁ ଶିବିର ଗୁଡ଼ିକ ବିଭିନ୍ନ ପ୍ରକାରର ମାଗଣା ସେବା ପ୍ରଦାନ କରେ, ଯେଉଁଥିରେ ଡାକ୍ତରୀ ଯାଞ୍ଚ, ମ୍ୟାଲେରିଆସ୍କ୍ରିନିଂ, ରକ୍ତଶର୍କରା ପରୀକ୍ଷା ଏବଂ ଅତ୍ୟାବଶ୍ୟକ ଔଷଧ ବଣ୍ଟନ ଅନ୍ତର୍ଭୁକ୍ତ । ପ୍ରତ୍ୟେକ ଏମଏଚ୍ୟୁ ସମ୍ପୂର୍ଣ୍ଣ ଭାବରେ ଡାଇଗ୍ନୋଷ୍ଟିକ୍କିଟ୍ ଏବଂ ମୌଳିକ ଔଷଧ ସହିତ ସଜ୍ଜିତ । କଳାହାଣ୍ଡିର ଥୁଆମୂଳ ରାମପୁର ବ୍ଲକରେ, ଏହି ପଦକ୍ଷେପ ୨୧ଟି ଗ୍ରାମରେ ପହଂଚିଥିବାବେଳେ ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଏହି ସେବା ୧୪ଟି ଗ୍ରାମ, ସୁନ୍ଦରଗଡ ଜିଲ୍ଲାର ହେମଗିର ବ୍ଲକରେ୧୧ଟି ଗ୍ରାମ ଏବଂ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ୬ଟିଗ୍ରାମରେ ପହଂଚିପାରିଛି । ଥୁଆମୂଳ ରାମପୁର ଗ୍ରାମର ଭାରପ୍ରାପ୍ତ ଚିକିସôା ଅଧିକାରୀ ନିତେଶ ଝ । କହିଛନ୍ତି, "ଦୂରବର୍ତ୍ତୀ ଅଞ୍ଚଳରେ ସମ୍ପ୍ରଦାୟ ସ୍ୱାସ୍ଥ୍ୟସେବା ହସ୍ତକ୍ଷେପରେ ବେଦାନ୍ତର ସକ୍ରିୟ ଭୂମିକାକୁ ମୁଁ ପ୍ରଶଂସା କରୁଛି । ବାସିନ୍ଦାଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣକରି, ସେମାନେ ଏକ ସୁସ୍ଥଭବିଷ୍ୟତ ସୃଷ୍ଟି କରିବାଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି, ପ୍ରତ୍ୟେକ ବ୍ୟକ୍ତି ମୌଳିକ ଚିକିସôା ସେବାପାଇବା ନିଶ୍ଚିତ କରିଛନ୍ତି । କାଶୀପୁରର ସମ୍ପ୍ରଦାୟ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡକ୍ଟର ନେତ୍ରାନନ୍ଦ ନାୟକ କହିଛନ୍ତି, "କାଶୀପୁର ଅଞ୍ଚଳରେ ଏହାର ମୋବାଇଲ ୍ସ୍ୱାସ୍ଥ୍ୟ ୟୁନିଟ୍ମ ମାଧ୍ୟମରେ ଲୋକଙ୍କ ଘର ପାଖରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପହଁଞ୍ଚାଇବାରେ ସଫଳ ହୋଇଛି ।