ଦୁର୍ଘଟଣାରେ ଆଶାକର୍ମୀଙ୍କ ମୃତୁ୍ୟ
ସିଂହପୁର : ବିଞ୍ଝାରପୁର ବ୍ଲକ ଓଳେଇ ଚନ୍ଦନପୁର ପଞ୍ଚାୟତ ହରସିଂପୁରର ଆଶାକର୍ମୀ ପୁଷ୍ପଲତା ମଲ୍ଲିକ(୫୬)ଙ୍କ ସଡ଼କ ଦୁର୍ଘଟଣାରେ ମୃତୁ୍ୟ ହୋଇଛି । ୨ଦିନ ପୂର୍ବେ ସେ ନିଜ କର୍ମକ୍ଷେତ୍ରକୁ ଯିବା ସମୟରେ ବାଛଳ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇ ଡାକ୍ତରଖାନରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତୁ୍ୟ ଘଟିଥିଲା । ଆଜି ମୃତଦେହ ଗାଁରେ ପହଞ୍ଚôବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି । କର୍ତ୍ତବ୍ୟରେ ଥିବା ବେଳେ ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିବା ଆଶା କର୍ମୀଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।