ମା' କୁତାମଚଣ୍ଡୀଙ୍କ ବିଶ୍ୱ ଶାନ୍ତି ମହାଯଜ୍ଞ

ନାଉଗାଁ : ନାଉଗାଁ ପଞ୍ଚାୟତ କାନୁନଗୋ ସାହିସ୍ଥିତ ପ୍ରସିଦ୍ଧ ମା’ କୁତମାଚଣ୍ଡୀଙ୍କ ପୀଠରେ ୧୫ତମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉପଲକ୍ଷେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଗ୍ରାମର ମହିଳାମାନେ ଏକ ବିଶାଳ କଳସ ଶୋଭାଯାତ୍ରାରେ କାନୁନଗୋସାହି ଗ୍ରାମରୁ ବାହାରି ନାଉଗାଁ ହାଟ ଏବଂ କୋକିଡିହ ଗ୍ରାମ ଦେଇ ଘଣ୍ଟ, ଘଣ୍ଟା ବାଜା ଢୋଲ ମହୁରୀ ଓ ନାମ ସଂକୀର୍ତନ ଇତ୍ୟାଦି ପୁରାତନ ପ୍ରଥା ଅନୁଯାଇ ପରିକ୍ରମା କରିଥିଲେ । ତେବେ ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ସୂର୍ଯ୍ୟ ପୂଜା, ଗୋପୂଜା, କରାଯିବା ସହିତ ବିଶ୍ୱଶାନ୍ତି ପାଇଁ ଘୃତ ଯଜ୍ଞାନୁଷ୍ଠାନ ସହିତ ଅନ୍ନଯଜ୍ଞ କରାଯାଇ ବିଶ୍ୱ ର ମଙ୍ଗଳ ପ୍ରାର୍ଥନା କରାଯାଉଥିବାର ଦେଖା ଯାଇଛି କ୍ଷ ଅନ୍ୟପଟେ ଆଜି ପ୍ରଥମ ଦିବସରେ ବିଶ୍ୱାଶାନ୍ତି ମହାଯଜ୍ଞ ଉପଲକ୍ଷେ ସନ୍ଧ୍ୟା ସମୟରେ ଶ୍ରୀ ଜଗନ୍ନାଥ କଥାମୃତ ଅନୁଷ୍ଠିତ ହେଉଥିବା ବେଳେ ମୁଖ୍ୟ ବକ୍ତା ଭାବେ ପ୍ରବଚକ ସନ୍ତୋଷ ଚୈତନ୍ୟ ମହାରାଜ, ବାବାଜୀ ଦିବ୍ୟକୃଷ୍ଣ ଦାସ ମହାରାଜ,ବାବା ରାଘବ ଦାସ ରହିଥିଲେ ।