ଦୁର୍ନୀତି ନିବାରଣ ବିଭାଗ ପଞ୍ଝାରେ ଯନ୍ତ୍ରୀ

 ଜୟପୁର:  କୋରାପୁଟ ଦୁର୍ନୀତି ନିବାରଣ ବିଭାଗ ଅଧିକାରୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ଖବର ପ୍ରାପ୍ତ ହେବା ପରେ ଚିତ୍ରକୋଣ୍ଡା ବ୍ଲକ ଏଇଇ ପବିତ୍ର ମୋହନ ପାଣିଗ୍ରାହୀ ନିଜ କାରରେ ଭୁବନେଶ୍ୱର ଯାଉଥିବା ବେଳେ ରାସ୍ତାରେ ମାଡ଼ି ବସିଲେ ଦୁର୍ନୀତି ନିବାରଣ ଅଧିକାରୀ ମାନେ । ଯାଞ୍ଚ ବେଳେ କାରରୁ ପାଞ୍ଚ ଲକ୍ଷ ସାତ ହଜାର ଟଙ୍କା ଠାବ କରିଥିଲେ । ଏହି ବୋରାମୋତ ଟଙ୍କାର ବାବଦରେ ସନ୍ତୋଷ ଜନକ ହିସାବ ଦେଇପାରି ନଥିଲେ । ଏହାପରେ ଭୁବନେଶ୍ୱର ସ୍ତିତ ବାସଭବନରୁ ତେର ଲକ୍ଷ୍ୟ ଚାରି ହଜାର ଟଙ୍କା ୨୭୦ଗ୍ରାମ ସୁନା ଅଳଂକାର, ଚନ୍ଦ୍ରସେଖରପୁରରେ ଗୃହ, ରାଜଧାନିରେ ଚାରଟି ବହୂମୁଲ୍ୟ ପ୍ଲଟ, ବରଗଡ ଏବଂ ଆସିକାରେ ଗୋଟିଏ ଗୋଟିଏ ପ୍ଲଟ, କାର ଏବଂ ୭୦ ଲକ୍ଷ୍ୟ ଟଙ୍କାର ବୀମା ପଲିସି ଜବତ କରିଛି ଦୁର୍ନୀତି ନିବାରଣ ବିଭାଗ ଆହୁରି ଅଧିକା ତଦନ୍ତ ଚାଲୁଥିବା ବେଳେ  ଅଭିଯୁକ୍ତଙ୍କୁ କୋରାପୁଟ ଜିଲ୍ଲା ଜୟପୁର ଭିଜିଲାନ୍ସ କୋର୍ଟକୁ ଚାଲାଣ କରିବାକୁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଛି ଦୁର୍ନୀତୀ ନିବାରଣ ବିଭାଗ ।