ଆଇପିଏଲ ପାଇଁ ଜୁଆଡିଙ୍କ କାୟା ବିସ୍ତାର

ବ୍ରହ୍ମପୁର : ଚଳିତ ମାସ ୨୨ ତାରିଖ ଠାରୁ ମହାଯୁଦ୍ଧ ଆଇପିଏଲ ଆରମ୍ଭ ହେବ । ଏହାକୁ ଦୃଷ୍ଟିରେ ରଖି ବୁକି ମାନେ ସେମାନଙ୍କ ଏଜେଣ୍ଟ ମାନଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଓ ଆସିକା କୁ ହବ କରି ଖେଳ ପୂର୍ବରୁ କିଏ ଜିତିବ କିଏ ହାରିବା କୁ ନେଇ ଲକ୍ଷ ଲକ୍ଷ ଟଙ୍କାର ବାଜୀ ଲଗାଇବାକୁ ଖସଡ଼ା ପ୍ରସ୍ତୁତ କରିଥିବା ଚର୍ଚ୍ଚା ଆରମ୍ଭ ହେଲାଣି । ଆଇପିଏଲ କ୍ରିକେଟ ସମୟରେ ଜୁଆଡ଼ି ମାନେ ମଧ୍ୟ ଏହି ମରୀଚିକା ପଛରେ ପଡି ବାଜି ଲଗାଇବାର ନଜିର ରହିଛି । ବୁକି ମାନେ ନିଜ ଅଞ୍ଚଳ ରେ ନରହି ଗୁପ୍ତ ସ୍ଥାନରେ ରହି ସେମାନଙ୍କ ଏଜେଣ୍ଟ ମାନଙ୍କ ଜରିଆରେ ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ ଆଇପିଏଲ ଖେଳରେ ବାଜୀ ଲଗାଇବାକୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳରର ସାମିଲ କରନ୍ତି । ଆଇପିଏଲ ଆରମ୍ଭ ହେଲେ ଆଇନ ଶୃଙ୍ଖଳା ବିଗିଡିବାର ସମ୍ଭାବନା ମଧ୍ୟ ରହିଛି । ଏହା ସାଙ୍ଗକୁ ଆଇପିଏଲରେ ବାଜି ଲଗାଇବା ପରେ ସର୍ବହରା ହୋଇ କିଛି ବ୍ୟକ୍ତି ଆତ୍ମହତ୍ୟା ଓ ଫେରାର ହେବାର ନଜିର ବି ରହିଛି । ଆଇପିଏଲ ଖେଳରେ ପ୍ରତ୍ୟେକ ବଲ, ଚୌକା, ଛକା ଓ ଆଉଟକୁ ନେଇ ବିଭିନ୍ନ ପଏଣ୍ଟକୁ ନେଇ ଟେବୁଲ ପ୍ରସ୍ତୁତ କରି ବାଜି ଲଗାଯାଏ । ଆଇପିଏଲରେ ଦୁର୍ବଳ ଦଳ ସପକ୍ଷରେ ଟଙ୍କା କାଟ ହିସାବରେ ମଧ୍ୟ ବାଜି ଲାଗେ । ଆଇପିଏଲ ଖେଳର ସଟ୍ଟା ବଜାରରେ ସ୍ଥାନୀୟ ନେତା, ମାଫିଆ ଓ ଦଲାଲଙ୍କ ଭୂମିକା ଅଧିକ ରହିବା ଫଳରେ ପୋଲିସକୁ ନାକେଦମ ଭଳି ପରିସ୍ଥିର ସମ୍ମୁଖୀନ ହେବାକୁ ପଡେ । ପୂର୍ବରୁ ବ୍ରହ୍ମପୁର ଓ ଆସିକା ଅଞ୍ଚଳରେ ଆଇପିଏଲ ଧାରପଗଡ଼ ହୋଇ ଲକ୍ଷ ଲକ୍ଷ ଟଙ୍କା ଜବତ ହେବା ସହ ଏଜେଣ୍ଟ ଓ ବୁକି ମାନେ ଗିରଫ ହେବାର ନଜିର ବି ରହିଛି । ବ୍ରହ୍ମପୁର ଓ ଆସିକା ଅଞ୍ଚଳରେ ଗ୍ରୁପ ଭାବେ ବିଭକ୍ତ ହୋଇ ବହୁ ଯୁବ ପିଢୀଙ୍କୁ ଚଳିତ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ଆଲୋଚନା ହେଉଛି । ଏଠାରେ ସୂଚନା ଥାଉକି ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଏହି ଆଇପିଏଲ ବୁକି ମାନଙ୍କୁ ରାଜ୍ୟ ବାହାରୁ ଗିରଫ କରିବା ବି ନଜିର ରହିଛି କିନ୍ତୁ ବର୍ତ୍ତମାନ ପୋଲିସ ଡାଳେ ଡାଳେ ଗଲେ ବୁକି ପତ୍ରେ ପତ୍ରେ ଯାଉଛି ବୋଲି ଚାହା ଖଟି ମାନଙ୍କରେ ଚର୍ଚ୍ଚା ହେଉଛି । ଶୁଣିବାକୁ ମିଳୁଛି କିଛି ପୋଲିସ ବାବୁମାନଙ୍କୁ ମଧ୍ୟ ହାତ ବାରିସୀ ଭାବେ ବ୍ୟବହାର କରି ଏହି ଜୁଆ ଚଳାଉଥିବା ବି ଅଭିଯୋଗ ଆସୁଛି । ଦେଖାଯାଉ କୋଟି କୋଟି ଟଙ୍କାର ଏହି ଜୁଆକୁ କିପରି ରୋକିବାକୁ ସକ୍ଷମ ହେଉଛି ପୋଲିସ ତାହା ସମୟ ସଫେକ୍ଷ ।