ଦ୍ରୌପଦୀ ରାଉତଙ୍କ ସ୍ମୃତି ଉସବ
ଭଣ୍ଡାରିପୋଖରୀ: ଏହି ବ୍ଲକର ସରପଦା ଗ୍ରାମରେ ଦ୍ରୌପଦୀ ସୁନ୍ଦରୀ ରାଉତଙ୍କ ୩୧ତମ ସ୍ମୃତିଉସôôବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ‘ଅଞ୍ଜଳି’ ସମ୍ପାଦକ ପ୍ରକାଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବକୁ ବ୍ରହ୍ମଚାରୀ ହିମାଂଶୁ ମହାରାଜ ଉଦଘାଟନ କରି ମା’ ମାତୃଭାଷା ଓ ମାତୃଭୂମି ସର୍ବଦା ବନ୍ଦନୀୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ସ୍ୱର୍ଗତ ଦ୍ରୋପଦୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଏଥିରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତି ମୁଖ୍ୟବକ୍ତା, ସ୍ମୃତିଲିପି ସମ୍ପାଦକ ଭୁବନ ମୋହନ ମହାନ୍ତି, ପ୍ରଧାନଶିକ୍ଷୟତ୍ରୀ ମାନସୀଲତା ଜେନା, ଭାଗ୍ୟଶ୍ରୀ ସାମଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀଛାତ୍ରୀଙ୍କୁ ଗଢିତୋଳିବା ଦିଗରେ ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ସମନ୍ୱୟ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅବସରପ୍ରାପ୍ତ ପ୍ରାଧ୍ୟାପକ ମନୋଜ କୁମାର ରାଉତ ସ୍ୱାଗତ ଭାଷଣ, ଶିକ୍ଷକ ନେତା ମାୟାଧର ଦାଶ ଅତିଥି ପରିଚୟ ଓ ଶଙ୍କର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।