ରୋଟାରୀ ନଗର ରୋଟାରିଆନଙ୍କ ସ୍ୱତନ୍ତ୍ର ଅଧିବେଶନ


 ଯାଜପୁର ଟାଉନ,: ଅମ୍ବିକାଇ ସ୍ଥିତ ରୋଟାରୀ କ୍ଲବ ପରିସରରେ ରୋଟାରିଆନ ଡ.ଗିରିଶ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତା କ୍ରମେ ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ଥିବା ନୂତନ ସଭ୍ୟ ପ୍ର.ଦାମୋଦର ବେହେରା, ଚିତ୍ତରଞ୍ଜନ ସାହୁ, ନରେନ୍ଦ୍ର ଜେନା, ଅସିତ କୁମାର ଧଳ, ଜଗନ୍ନାଥ ପରିଡା, ଓମ୍ ପ୍ରକାଶ ସାହୁ, ସୌମ୍ୟବ୍ରତ ଧଳ, ବିଜୟ କୁମାର ସାହୁ, ଚନ୍ଦ୍ରଶେଖର ଜେନା, ଲିପ୍ସିତା ଜେନା ପ୍ରମୁଖ ରୋଟାରୀଆନମାନେ ରୋଟାରୀର ନ୍ୟାସନାଲର ଲକ୍ଷ୍ୟ, ଆଭିମୁଖ୍ୟ, ଉଦେ୍ଦଶ୍ୟ ଓ କାର୍ଯ୍ୟଧାରା ସଂପର୍କରେ ବରିଷ୍ଠ ରୋଟାରିଆନ ତଥା କ୍ଲବର ପ୍ରତିଷ୍ଠାତା ଡ.ରାଜକିଶୋର ପଣ୍ଡା, ଡ.କ୍ଷୀରୋଦ ଚନ୍ଦ୍ରମହାନ୍ତି, ଡ.ଭାଗିରଥି ପାଣି, ରୋଟାରୀଆନ ବିବେକାନନ୍ଦ ବିଶ୍ୱାଳ, ରୋଟାରୀଆନ ଡ.ସୁରେନ୍ଦ୍ର ନାଥ ମିଶ୍ର, ରୋଟାରୀଆନ ସୁବାଷଚନ୍ଦ୍ର ମହାପାତ୍ର, ରୋଟାରୀଆନ ପ୍ରଦୀପ କୁମାର କର ପ୍ରମୁଖ ଙ୍କଠାରୁ ପ୍ରଶିକ୍ଷିତ ହୋଇଥିଲେ । ଉପରୋକ୍ତ ବରିଷ୍ଠ ସଦସ୍ୟମାନେ ପ୍ରଶିକ୍ଷଣ ଦେବା ଆଳରେ ରୋଟାରୀ କ୍ଲବ ସେବା, ସହଯୋଗ, ତ୍ୟାଗ ଓ ନିଷ୍ଠା ଉପରେ ପର୍ଯ୍ୟବେଷିତ ବୋଲି କହିବା ସହିତ ଏ ଦିଗରେ ନୂତନ ସଭ୍ୟମାନେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ । ସମସ୍ତ ନୂତନ ରୋଟାରିଆନ ମାନେ କ୍ଲବର ନୀତି ନିୟମ ଓ ଶୃଙ୍ଖଳା ଉପରେ ଅନୁଷ୍ଠିତ ଶପଥପାଠକାର୍ଯ୍ୟକ୍ରମରେ ମଧ୍ୟ ଅଂଶ ଗ୍ରହଣକରିଥିଲେ । କ୍ଲବର ସଂପାଦକ ପ୍ର.ପ୍ରସନ୍ନ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।