ଦୁର୍ନୀତି ନିବାରଣ ଶପଥ ପାଠ
ାା ପ୍ରଭାନୁ୍ୟଜ ।ା ନୀଳଗିରି: ସ୍ୱଚ୍ଛତା ହିଁ ସୁନ୍ଦରତା । ଭାରତୀୟ ଗଣତନ୍ତ୍ରରେ ଜଣେ ଜଣେ ସ୍ୱଚ୍ଛ ମଣିଷ ଭାବରେ ଗଠନ ହେବାକୁ ପ୍ରୟାସ କରିବା ହିଁ ଏକ ସାଧନା । ଦୁର୍ନୀତି ଏକ ମାନସିକ ବ୍ୟାଧି । ଦୁର୍ନୀତି କର୍ମରେ ନ ଥାଏ, ଭାବନାରେ ଥାଏ, ତେଣୁ ନିଜକୁ ଦୁର୍ନୀତି ମୁକ୍ତ କରିବା ସହ ସମାଜକୁ ଦୁର୍ନୀତି ମୁକ୍ତ ରଖିବା ବୋଲି ନୀଳଗିରି ମହିଳା ଡ଼ିଗ୍ରୀ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ୍ ଓ ଏନ୍ଏସ୍ଏସ୍ ପକ୍ଷରୁ ସମ୍ମିଳନୀ ପ୍ରକୋଷ୍ଠରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ଓ ୟୁଥ୍ ରେଡ୍କ୍ରସ୍ର ଉପକ୍ରମଣିକା ଉତ୍ସବରେ ସମସ୍ତ ଅତିଥି ମାନେ ମତପ୍ରକାଶ କରିଥିଲେ । ୟୁଥ୍ ରେଡ୍କ୍ରସର କାଉନସେଲର ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡା ପୌରହିତ୍ୟ କରିଥିବାବେଳେ ବରିଷ୍ଠ ପ୍ରାଧ୍ୟାପିକା ମମତା ବରାଳ ମୁଖ୍ୟଅତିଥି, ଏନ୍ଏସଏସର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ମୌସୁମୀ ଭୋଳ ମୁଖ୍ୟବକ୍ତା, ଡ. ହରିପଦ ଦାଶ, ଅଧ୍ୟାପିକା ମୋନାଲିସା ଭୋଳ, ଅଧ୍ୟାପିକା ପବିତ୍ରା ବେହୁରିଆ, ଅଧ୍ୟାପିକା ନିରୁପମା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ୟୁଥ୍ ରେଡ୍କ୍ରସର ଆଭିମୁଖ୍ୟ ସମ୍ପର୍କରେ କାଉନସେଲର ଅଧ୍ୟାପକ ଡ. ମିଶ୍ର ସଂପୂର୍ଣ୍ଣ ଭାବରେ ଛାତ୍ରୀମାନଙ୍କୁ ତଥ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସୁଶ୍ରୀ ଜୟଶ୍ରୀ ପଣ୍ଡା ବେଦପାଠ କରିଥିବାବେଳେ ଶେଷରେ ସୁଶ୍ରୀ ହେମଲତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରିଥିଲେ ।
ପେଡ଼ାଗଡ଼ି ଗ୍ରାମରେ ଭାଗବତ ପାରାୟଣ
ାା ପ୍ରଭାନୁ୍ୟଜ ।ା କପ୍ତିପଦା,୬ା୧୧: କପ୍ତିପଦା ବ୍ଲକ ପେଡ଼ାଗଡ଼ି ଗ୍ରାମ ଭାଗବତ ପାରାୟଣ ନିମନ୍ତେ ୭ଦିନ ପାଇଁ ଉତ୍ସବ ମୁଖର ହୋଇଉଠିଛି । ଆଧ୍ୟାତ୍ମିକ ପରିବେଶ ସହିତ ରଙ୍ଗୀନ ଆଲୋକମାଳାରେ ଗ୍ରାମ ସଜେଇ ହୋଇଛି । ନଭେମ୍ବର ୪ତାରିଖ ସୋମବାର ପ୍ରଭାତରୁ ଗ୍ରାମର ଶତାଧିକ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଘଟୋତ୍ତଳନ ସହିତ ଶ୍ରୀରଘୁନାଥ ଜୀଉ ମଠରୁ ବାସୁଦେବ ଭାଗବତ ଗାଦି ସହିତ ରାଧାକୃଷ୍ଣ ପ୍ରତିମୂର୍ତ୍ତିଙ୍କୁ ବିମାନରେ ଗ୍ରାମ ପରିକ୍ରମା କରି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । ମଣ୍ଡପ ନିକଟରେ ପ୍ରତ୍ୟେହ ଠାକୁରଙ୍କର ସ୍ନାନ, ଉପଚାର, ହୋମ, ଗୁରୁପୂଜା, ସୂର୍ଯ୍ୟପୂଜା, ଭାଗବତ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି । ଭାଗବତ ଗାଦିର ମହନ୍ତ ବାବା ମାଧବାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କର୍ମକାଣ୍ଡବିତ ଅଜିତ ପଣ୍ଡା ଓ ତାଙ୍କର ସହଯୋଗୀ ବ୍ରାହ୍ମଣ ମଣ୍ଡଳୀ ପୂଜା ସହିତ ଭାଗବତ ପାଠ କରୁଛନ୍ତି । ଏହି ଅବସରରେ ସନ୍ଧ୍ୟା ଆଳତୀ ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳୁଥିବାବେଳେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ପ୍ରସାଦ ବିତରଣ ଚାଲୁ ରହିଛି । ସ୍ଥାନୀୟ ବିଧାୟକ ଭାସ୍କର ମଢ଼େଇ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆସନ୍ତା ୧୦ ତାରିଖ ରବିବାର ପାରାୟଣର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଞ୍ଚାୟତର ସରପଞ୍ଚ ମନୋରଂଜନ ଡ଼ାକୁଆ, ସମିତି ସଭ୍ୟ ଚନ୍ଦନ କୁମାର ପ୍ରଧାନ, ଗ୍ରାମର ଆବାଳବୃଦ୍ଧ ବନିତା କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ନିମନ୍ତେ ସହଯୋଗ କରିଥିଲେ ।