ଧନେଶ୍ୱର ପତିଙ୍କ ପାଠାଗାର ଉନ୍ମୋଚନ
ବରୀ: ବରୀ ବ୍ଲକ ସ୍ଥିତ ଗୋଲକୁଣ୍ଡ ପଞ୍ଚାୟତ ଅନ୍ତର୍ଗତ ହରିପୁର ଠାରେ ଧନେଶ୍ୱର ପତି ପାଠାଗାର ଶୁଭ ଉନ୍ମୋଚନ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଶିକ୍ଷକ ନେତା ଗଗନ ବିହାରୀ ଜେନାଙ୍କ ସଭାପତିତ୍ୱରେ । ମୁଖ୍ୟ ଅତିଥି ଭାବେ ବିରଜା ରନô ପଣ୍ଡିତ ଭୂପତି ଭୁଷଣ ମିଶ୍ର, ମୁଖ୍ୟ ବକ୍ତା ଦଶରଥପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସୁସାହିତି୍ୟକ ଡଃ କାହ୍ନୁ ଚରଣ ମିଶ୍ର, ସମ୍ମାନିତ ଅତିଥିଭାବେ ଗୋଲକୁଣ୍ଡ ପଞ୍ଚାୟତର ସରପଞ୍ଚ କବିତା ବେହେରା, ଶିକ୍ଷବିତ ବେଣୁଧର ପତି, କୃଷକ ନେତା ନିମାଇଁ ଚରଣ ରାୟ, ଉପସ୍ଥିତ ଥିଲେ । ସମାଜସେବୀ ସତ୍ୟବାନ୍ ଜେନା ଅତିଥି ପରିଚୟ କରିଥିଲେ । ଡକ୍ଟର ପ୍ରଭଞ୍ଜନ ପତି ଅନୁଷ୍ଠାନ ସମ୍ବନ୍ଧରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗ୍ରାମାଞ୍ଚଳରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ଅଭିବୃଦ୍ଧି ପାଇଁ ଅତିଥିବୃନ୍ଦ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ ପାଠାଗାରରେ ସମସ୍ତ ବର୍ଗର ପିଲାମାନଙ୍କ ପାଇଁ ପୁସ୍ତକ ଉପଲବ୍ଧ ହୋଇପାରିଛି । ଶିକ୍ଷକ ରବୀନ୍ଦ୍ର କୁମାର ପତି ପୁସ୍ତକର ମାନ ଉପରେ ଆଲୋକପାତ କରିଥିଲେ ।