ଧାନ ବିକ୍ରିରୁ ବଞ୍ଚôତ ଚାଷୀ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
ଭଣ୍ଡାରିପୋଖରୀ: ଏହି ବ୍ଲକର ତେସିଙ୍ଗା ପାକ୍ସ ଅନ୍ତର୍ଗତ ପନଖା ଗ୍ରାମର ପଞ୍ଜିକୃତ ଚାଷୀ ବସନ୍ତ କୁମାର ରାଉତ ଚଳିତ ବର୍ଷ ଧାନବିକ୍ରିରୁ ବଞ୍ଚôତ ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଶ୍ରୀ ରାଉତଙ୍କ ପଞ୍ଜିକରଣ ନମ୍ବର ୦୪୦୩୦୦୦୯୦୧୪ ଓ ଟୋକନ ନମ୍ବର ୨୧୩୩୧୨୫ ଅଟେ । ଏହି ଟୋକନ ଅନୁଯାୟୀ ବିକ୍ରି ଧାନ ପରିମାଣ ୭୫ କ୍ୱିଣ୍ଟାଲ ଅଟେ । ଜାନୁୟାରୀ ୨୫ ତାରିଖରୁ ଫେବୃୟାରୀ ୨୩ ତାରିଖ ମଧ୍ୟରେ ତେସିଙ୍ଗା ପାକ୍ସ ମଣ୍ଡିରେ ଧାନ କ୍ରୟ କରାଯିବ ବୋଲି ଶ୍ରୀ ରାଉତଙ୍କୁ ମେସେଜ ଯୋଗେ ଜଣାଇ ଦିଆଯାଇଥିଲା । ଶ୍ରୀ ରାଉତ ମଣ୍ଡିକୁ ଧାନ ନେଇଥିଲେ । ହେଲେ ୨୩ ତାରିଖରେ ଟୋକନ ଅବଧି ସରିଗଲା । ପାକ୍ସ ପକ୍ଷରୁ ଧାନ କ୍ରୟ କରାଗଲା ନାହିଁ । ଏଥିରେ ବିବ୍ରତ ହୋଇ ସଂପୃକ୍ତ ଚାଷୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସେହିପରି ତେସିଙ୍ଗା ପାକ୍ସ ଚାଷୀ ଚିତ୍ତରଞ୍ଜନ ବିଶ୍ୱାଳ, ଜୟପ୍ରକାଶ ମହାପାତ୍ର, ସଦାନନ୍ଦ ସାମଲ ଓ ବଳରାମ ପାତ୍ରଙ୍କ ଟୋକନ ଅବଧି ସରିଯାଇଥିଲେ ବି ଧାନ ବିକ୍ରି ସୁଯୋଗ ପାଇପାରିନଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ସଂପୃକ୍ତ ପାକ୍ସ ଏହି ଘଟଣା ସମ୍ପର୍କରେ ଅବଗତ ଅଛି ଓ ପକ୍ଷରୁ ଧାନବିକ୍ରିରୁ ବଞ୍ଚôତ ଚାଷୀମାନଙ୍କ ଟୋକନ ଅବଧି ବୃଦ୍ଧି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନକୁ ପତ୍ର ଲେଖାଯାଇଛି । ଜିଲ୍ଲାପ୍ରଶାସନଙ୍କ ଅନୁମୋଦନ ମିଳିଲେ ଧାନକ୍ରୟ କରାଯିବ ବୋଲି ପାକ୍ସ ସଭାପତି ନାରାୟଣ ଚନ୍ଦ୍ର ଦାଶ ମତ ରଖିଛନ୍ତି ।