କେପିସିଏଲ୍ କମ୍ପାନୀର ଦାଦାଗିରି, ଗ୍ରାମରେ ଉତ୍ତେଜନା 

 ଛେଣ୍ଡିପଦା : ଅନଗୁଳ ଜତଲ୍ଲାର ଛେଣ୍ଡିପଦା ବ୍ଲକ ଅନ୍ତଗତ ଟାକୁଆ ଓ କଣିହାଁ ବ୍ଲକ ଅନ୍ତର୍ଗତ ବଇଣ୍ଡା, ଲୁହାମରା, ବଡ଼ ଗୁଣ୍ଡୁରୀ, ବଡ ବିର ବର ପୁର, କାକୁଡ଼ିଆ, ଦେ ଭୂଇଁ ପ୍ରଭୃତି ଗ୍ରାମ ବାସୀଙ୍କ ଘର, ଘର ଡିହ ଓ ଜମି ନେବାକୁ କେପିସିଏଲ୍ ନାମକ ଏକ କମ୍ପନୀ ଜୋର ଜବରଦସ୍ତ ଦାଦଗିରି କରି ପ୍ରବେଶ କରିବା ପାଇଁ ହୀନ ଉଦ୍ୟମ ଓ ଅପଚେଷ୍ଟା କରୁଥିବାରୁ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବ୍ୟାପକ ଅସୋନ୍ତଷ ଦେଖା ଦେଇଛି । ତେବେ କେପିସିଏଲ କୌଣସି ସର୍ଭେ ନ କରି କୁଆଡେ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ସାଥିରେ ନେଇ ଗ୍ରାମବାସୀଙ୍କୁ ଭୟ ଭିତ କରାଇ ଜୋର ଜବର ଦସ୍ତ ଅନୁ ପ୍ରବେଶ କରିବାକୁ ଚେଷ୍ଟା କରୁ ଥିବାରୁ ଏହାକୁ ଗ୍ରାମବାସୀ ବିରୋଧ କରି କମ୍ପାନୀ କୁଆଡେ ପୁଲିସ ପ୍ରଶାସନ ଓ ପୋଷା ଗୁଣ୍ଡାଙ୍କ ଦ୍ୱାରା ଜୋର ଜବର ଦସ୍ତ  ଜମି ଅକ୍ତିଆର କରିବା ପାଇଁ ଏମ ଟା ନାମକ ଏକ କମ୍ପାନୀ କୁ ପଠାଇ ଥିବାରୁ ଏହାକୁ ନେଇ ଗ୍ରାମରେ ଅଧିକରୁ ଅଧିକ ଅସନ୍ତୋଷ ବୃଦ୍ଧି ପାଇବା ଯୋଗୁଁ ଆଗାମୀ ଦିନରେ କିଛି ଅପ୍ରତୀକର ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଅଛି । ରିପୋର୍ଟ ନେବାରେ ଜଣା ଯାଇଛି ଯେ, ଗତ ୨୦୧୩ ମସିହାରେ ମନ୍ଦାକିନୀ ନାମରେ ଏକ କୋଇଲା କମ୍ପାନୀ କୋଇଲା ଉତୋଲୋନ କରିବା ପାଇଁ ଚୁକ୍ତିନାମା କରି ଜମି, ଘର ଓ ଘର ଡିହ ବାବଦରେ କିଛି ଜମି ହରା ଗ୍ରାମବାସୀ ଙ୍କୁ କ୍ଷତି ପୂରଣ ପ୍ରଦାନ କରିଥିଲେ ଓ ଥଇଥାନ ଓ ପୁନର୍ବାସ ପାଇଁ ୨୨/୧୦/୨୦୧୩ ରେ ଆରପିଡିଏସି ମିଟିଙ୍ଗ ବି କରାଇଥିଲେ । ସେତେବେଳେ ବଇଣ୍ଡା ଗ୍ରାମର ମୂଳ ବିସ୍ଥାପିତ ପରିବାର ୨୦୪ ଜଣ କରି ଥିବା ବେଳେ ଲୁହାମରା ଗ୍ରାମର ମୂଳ ବିସ୍ଥାପିତ ପରିବାର ମାତ୍ର ୨୯ ଥିଲେ ।
 ତେବେ ମନ୍ଦାକିନୀ କମ୍ପାନୀ ସବୁ କିଛି କରି ଜମି ଅଧିଗ୍ରହଣ କରିବା ପାଇଁ ସରକାର ଅନୁମତି ନ ମିଳିବାରୁ ଆଉ କୋଇଲା ଖୋଲି ପାରିଲା ନାହିଁ କି ବିସ୍ଥାପନ ଓ ଥଇଥାନ ଓ ପୁନଃ ବାସ କରି ପାରିଲା ନାହିଁ । ତେଣୁ କିଛି ଗ୍ରାମବାସୀ କ୍ଷତିପୂରଣ ପାଇ ଥିବା ବେଳେ ଆଉ କିଛି ଗ୍ରାମବାସୀ କ୍ଷତିପୂରଣ ପାଇପାରି ନଥିଲେ । ଇତି ମଧ୍ୟରେ କେପିସିଏଲ୍କୁ ସେହି ମନ୍ଦାକିନୀ (କ) କୋଇଲା ଖଣିକୁ କେପିସିଏଲ ନାମକ ଏକ କମ୍ପାନୀକୁ କୋଇଲା ଖୋଲିବା ପାଇଁ ସରକାର ପକ୍ଷରୁ ଆଦେଶ ମିଳିଛି । ଆଦେଶ ପାଇ କେପିସିଏଲ କୁଆଡେ ଇନ୍ଦ୍ର ଚନ୍ଦ୍ର ନ ମାନି ସିଧା ଲୋକଙ୍କୁ କୁଆଡେ ଧମକ ଚମକ ଦେଇ ଜୋର ଜବର ଦସ୍ତ କାମ ଆରମ୍ଭ କରିବା ପାଇଁ ହୀନ ଅପଚେଷ୍ଟା କରୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ଯେ ଗ୍ରାମକୁ ଆସ ଗ୍ରାମବାସୀଙ୍କ ଦାବୀ ଆପତ୍ତି ଶୁଣ, ନୂତନ ପରିବାର ସର୍ଭ? କର କାରଣ ସେତେବେଳେ ଯାହାକୁ ୬ ବର୍ଷ ଥିଲା ଏବେ ତାର ବୟସ ୧୮ ବର୍ଷ ଓ ସେ ପରିବାର ପାଇଁ ଯୋଗ୍ୟ, ଆମର କ୍ଷତିପୂରଣ ଭଳି ୧୬ ଗୋଟି ନ୍ୟାଯ୍ୟ ଦାବୀ ଉପରେ ଆଲୋଚନା କର ତା ପରେ ଆମେ ଗ୍ରାମବାସୀ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବୁ. ଏ ଉପରେ କମ୍ପାନୀ କର୍ତ୍ତୃପକ୍ଷ ସହିତ ବିଭିନ୍ନ ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ୍ୟ ଆମ ଅଭିଯୋଗକୁ କମ୍ପାନୀ କର୍ତ୍ତୃପକ୍ଷ ନ ଶୁଣି ଜୋର ଜବରଦସ୍ତ କାମ କରୁଥିବାରୁ ଆଗାମୀ ଦିନରେ କିଛି ଅଘଟଣ ଘଟିପାରେ ଆଉ ଏଥିପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ଗ୍ରାମବାସୀ ମାନେ ଜଣାଇ ଅଛନ୍ତି. ଏ ବିଷୟରେ ଉପ ଜିଲ୍ଲାପାଳ ତାଳଚେର ଙ୍କ ନିକଟରେ ଏକ ମୀଟିଙ୍ଗ ହୋଇଥିବା ବେଳେ କୌଣସି ସମାଧାନ ନ କରି କମ୍ପାନୀ ଦାଦାଗିରି କରୁଥିବା ଗ୍ରାମବାସୀ ମାନେ କହିଛନ୍ତି । ଏ ଉପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ମତାମତ ପାଇଁ ଚେଷ୍ଟା କରାଯାଇ ଥିଲେ ମଧ୍ୟ୍ୟ ମତାମତ ମିଳିପାରିନାହିଁ । ଏ ଉପରେ ଲୋକଙ୍କ ସରକାର ସ୍ୱତନ୍ତ୍ର ଦୃଷ୍ଟି ଆକର୍ଷଣ କରି କେପିସିଏଲର ଦାଦାଗିରିକୁ ବନ୍ଦ କରାଇବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ଲୋକଙ୍କ ନ୍ୟାଯ୍ୟ ଦାବୀ କୁ ପୁରଣ କରି କମ୍ପାନୀ ତାର କାମ କରନ୍ତୁ ବୋଲି ଦାବି ହୋଇଛି ।