ରାସ୍ତା ଶୋଚନୀୟ, ଯାତ୍ରୀ ହନ୍ତସନ୍ତ

 ବନ୍ତ : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଗଣିଜାଙ୍ଗ ରୁହାସିନପୁର ଭାୟା ବୃନ୍ଦାବନପୁର, ରୁପୁଡି ନିର୍ମାଣଧିନ ଆରଡି ରୋଡ୍ ଏବେ ଖାଲ ଖମାରେ ଭର୍ତ୍ତି ହୋଇଛି ।  ୨୦୨୪ ଓ ୨୦୨୫ ଆର୍ଥିକ ବର୍ଷ ପ୍ରାୟ ୪ କୋଟିରୁ ଅଧିକ ଟଙ୍କାର ବ୍ୟୟରେ ରାସ୍ତା ନିର୍ମାଣ ଚାଲୁଥିବା ବେଳେ, ଏବେ ଅନେକ ସ୍ଥାନରେ ଖାଲ ଖମାରେ ଭର୍ତ୍ତି ହୋଇଛି ରାସ୍ତା । ରାସ୍ତାରେ ଡବ୍ଲୁ୍ୟଏମ୍ ପଡ଼ିଥିବା ବେଳେ, ପ୍ରାୟ ସ୍ଥାନରେ ବଡ ବଡ ÿଖାଲ ସୃଷ୍ଟି ହୋଇ ବର୍ଷାପାଣି ଜମା ହେବା ଫଳରେ ଛୋଟ ଛୋଟ ଦୁର୍ଘଟଣା ଦେଖିବାକୁ ମିଳୁଛି । ଏହି ରାସ୍ତାଦେଇ ପ୍ରତିଦିନ  ପ୍ରାୟ ୧୦ ଖଣ୍ଡ ଗାଁର ପ୍ରାୟ ୨ ହଜାରରୁ ଅଧିକ ଲୋକ ଏ ରାସ୍ତା ଉପରେ ନିର୍ଭର କରୁଥିବା ବେଳେ, ଏବେ ରାସ୍ତା ସାଜିଛି ମରଣ ଯନ୍ତା । ଠିକାଦାର ରାସ୍ତାର କୌଣସି ସ୍ଥିତି ପରଖି ନ ଥିବା ବେଳେ, ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ମିଳୁନି । କାର୍ଯ୍ୟ ଦେଶର ଅବଧି ସରିବାକୁ ବସିଲାଣି ଆଜି ବି ପ୍ରାୟ ୬୦ ପ୍ରତିଶତ କାର୍ଯ୍ୟ ବାକି ରହିଛି । ଏଇଭଳି କଚ୍ଛପ ଗତିରେ ଯଦି କାମ ଚାଲିବ ଆହୁରି ପ୍ରାୟ ଦୁଇବର୍ଷ ଏହି କାମ ଲାଗି ରହିବ ବୋଲି ଯାହା ଅନୁମାନ କରାଯାଉଛି । ସ୍ଥାନୀୟ ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କ ଦାବି ସମ୍ପୃକ୍ତ ଠିକାଦାର ଓଯନ୍ତ୍ରୀଯଦି ରାସ୍ତା ଉପରେ ଦୃଷ୍ଟି ଦେଇ ତୁରନ୍ତ ଖାଲ ଖମା ମରାମତି କରାଇବେ ଅନେକ ପଥଚାରୀ ଉପକୃତ ହେବେ ବୋଲି ମତବ୍ୟକ୍ତ କରିଛନ୍ତି ।